ଅହମଦାବାଦ ବିମାନ ଦୁର୍ଘଟଣା, 241 ମୃତ, 81ରୁ ଅଧିକ ମୃତଦେହ ଜବତ
ଅହମଦାବାଦ, 13 ଜୁନ୍ (ହି.ସ.)-ଗୁଜରାଟର ଅହମଦାବାଦରେ ଗତକାଲି ଦ୍ୱିପ୍ରହରରେ ଘଟିଥିବା ହୃଦୟ ବିଦାରକ ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା ଏୟାର୍ ଇଣ୍ଡିଆ ସ୍ୱୀକାର କରିଛି। ଏପର୍ଯ୍ୟନ୍ତ ଦୁର୍ଘଟଣାର ସଠିକ୍ କାରଣ ଜଣାପଡ଼ିନାହିଁ। ଉଦ୍ଧାର କାର୍ଯ୍ୟରେ ଲାଗିଥି
ଅହମଦାବାଦ ବିମାନ ଦୁର୍ଘଟଣା,     241 ମୃତ, 81ରୁ ଅଧିକ ମୃତଦେହ ଜବତ


ଅହମଦାବାଦ, 13 ଜୁନ୍ (ହି.ସ.)-ଗୁଜରାଟର ଅହମଦାବାଦରେ

ଗତକାଲି ଦ୍ୱିପ୍ରହରରେ ଘଟିଥିବା ହୃଦୟ ବିଦାରକ ବିମାନ ଦୁର୍ଘଟଣାରେ ୨୪୧ ଜଣଙ୍କ ମୃତ୍ୟୁ ହୋଇଥିବା

ଏୟାର୍ ଇଣ୍ଡିଆ ସ୍ୱୀକାର କରିଛି।

ଏପର୍ଯ୍ୟନ୍ତ ଦୁର୍ଘଟଣାର ସଠିକ୍ କାରଣ ଜଣାପଡ଼ିନାହିଁ। ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଜାତୀୟ

ଆପତ୍କାଳୀନ ପ୍ରତିକ୍ରିୟା ବଳ (ଏନଡିଆରଏଫ)

କହିଛି ଯେ, ଆଜି ସକାଳ ୩ଟା ସମୟ ପର୍ଯ୍ୟନ୍ତ ୮୧ଟିଠାରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ

୧୦ଟି ଦଳ କାର୍ଯ୍ୟରତ ଅଛନ୍ତି।

ଦୁର୍ଘଟଣାଗ୍ରସ୍ତ ଉଡାଣ ଏୟାର

ଇଣ୍ଡିଆର 171 ବୋଇଂ 787-8 ଅଟେ । ଏହି ବିମାନଟି

ଅହମଦାବାଦର ସର୍ଦାର ବଲ୍ଲଭଭାଇ ପଟେଲ୍ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଲଣ୍ଡନ୍ ଯାଇପାଇଁ ଉଡାଣ

ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଗତକାଲି କେନ୍ଦ୍ରୀୟ

ଗୃହମନ୍ତ୍ରୀ ଅମିତ୍ ଶାହ ଅହମଦାବାଦରେ ପହଁଚିଥିଲେ। ସେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କୁ ଭେଟି

ଘଟଣା ବିଷୟରେ ବିସ୍ତୃତ ତଥ୍ୟ ନେଇଥିଲେ। ସେ ସହିତ ଘଟଣାସ୍ଥଳ ପରିଦର୍ଶନ ମଧ୍ୟ କରିଥିଲେ।

ଏହି ଅବସରରେ ଶାହ କହିଛନ୍ତି

ଯେ, ପ୍ରାୟ 1000 ଡିଏନଏ ଟେଷ୍ଟ

କରାଯିବ। ସେ କହିଛନ୍ତି ଯେ ଦୁର୍ଘଟଣା ଘଟିବା 10 ମିନିଟ୍‌ ପରେ ସେ ଏହାର ସୂଚନା ପାଇଥିଲେ।

ତାପରେ ସେ ତୁରନ୍ତ ପ୍ରଧାନମନ୍ତ୍ରୀ, ଗୁଜରାଟର ଗୃହମନ୍ତ୍ରୀ, ଗୃହ ବିଭାଗର

ନିୟନ୍ତ୍ରଣ କକ୍ଷ, ବେସାମରିକ ବିମାନ

ମନ୍ତ୍ରଣାଳୟ ଓ ବେସାମରିକ ବିମାନ ମନ୍ତ୍ରୀଙ୍କୁ ଏହାର ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ତୁରନ୍ତ

ଫୋନ୍ କରିଥିଲେ। ଏହା ପରେ କେନ୍ଦ୍ର ଓ ରାଜ୍ୟ ସରକାରର କର୍ମଚାରୀମାନେ ରିଲିଫ ଓ ରେସକ୍ୟୁ

କାର୍ଯ୍ୟରେ ଲାଗିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande