ଅହମଦାବାଦ, 13 ଜୁନ୍ (ହି.ସ.)
- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦି ଅହମଦାବାଦ ବିମାନ ଦୁର୍ଘଟଣାରେ ଲୋକମାନଙ୍କର ମୃତ୍ୟୁକୁ ନେଇ ଗଭୀର ଶୋକ ପ୍ରକାଶ
କରିଛନ୍ତି। ସେ ଶୋକାକୁଳ ପରିବାରମାନଙ୍କ ପ୍ରତି ତାଙ୍କର ସମବେଦନା ବ୍ୟକ୍ତ କରିଛନ୍ତି ଓ ସେମାନେ
ସହିଥିବା ଦୁଃଖ ଓ କ୍ଷତିକୁ ସ୍ୱୀକାର କରିଛନ୍ତି।
ଏହାପୂର୍ବରୁ ଆଜି
ପ୍ରଧାନମନ୍ତ୍ରୀ ମୋଦୀ ଅହମଦାବାଦରେ ଦୁର୍ଘଟଣାସ୍ଥଳର ପରିଦର୍ଶନ କରିଥିଲେ ଓ ସ୍ଥିତିର ଆକଳନ
କରିଥିଲେ। ସେ ଅଧିକାରୀ ଓ ଜରୁରୀକାଳୀନ ପ୍ରତିକ୍ରିୟା ଦଳମାନଙ୍କୁ ଭେଟିଥିଲେ।
ଏକ୍ସରେ ଭିନ୍ନ-ଭିନ୍ନ
ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଅହମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣା ଦେଖି ଆମେ ସମସ୍ତେ ସ୍ତବ୍ଧ ହୋଇପଡିଛୁ। ଏତେ
ସଂଖ୍ୟାରେ ଲୋକଙ୍କର ଅଚାନକ ଓ ହୃଦୟ ବିଦାରକ ମୃତ୍ୟୁକୁ ଶବ୍ଦରେ ବ୍ୟକ୍ତ କରିହେବ ନାହିଁ। ସମସ୍ତ
ଶୋକାକୁଳ ପରିବାର ପ୍ରତି ମୋର ଗଭୀର ସମବେଦନା। ଆମେ ସେମାନଙ୍କ ଦୁଃଖକୁ ବୁଝିପାରୁଛୁ ଓ ଏହା
ମଧ୍ୟ ଜାଣିଛୁ ଯେ ସେମାନଙ୍କ ପଛରେ ଯେଉଁ ଶୂନ୍ୟତା ରହିଯାଇଛି,
ତାହା ଅନେକ ବର୍ଷ ଧରି ଅନୁଭବ କରାଯିବ। ଓମ୍
ଶାନ୍ତି।
ସେ ଲେଖିଛନ୍ତି,
ଆଜି ଅହମଦାବାଦରେ ଦୁର୍ଘଟଣାସ୍ଥଳର ଗସ୍ତ କଲି। ବିନାଶର
ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ। ଘଟଣା ପରେ ଯେଉଁ ଅଧିକାରୀମାନେ ଓ ଦଳ ଅନବରତ ଶ୍ରମ କରୁଛନ୍ତି,
ସେମାନଙ୍କୁ ଭେଟିଲି। ଏହି ଅକଳ୍ପନୀୟ ବିପଦରେ ଯେଉଁମାନେ
ତାଙ୍କର ପ୍ରିୟଜନଙ୍କୁ ହାରାଇଛନ୍ତି, ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା