ଅହମଦାବାଦ ବିମାନ ଦୁର୍ଘଟଣାରେ ବଂଚିଥିବା ଏକମାତ୍ର ଯାତ୍ରୀ ରମେଶ ବିଶ୍ୱାସ କୁମାରଙ୍କୁ ହସ୍ପିଟାଲରେ ଭେଟିଲେ ପିଏମ ମୋଦି
ଅହମଦାବାଦ, 13 ଜୁନ୍ (ହି.ସ.)- ଗୁଜରାଟ୍‌ର ଅହମଦାବାଦରେ ଘଟିଥିବା ଭୟାନକ ବିମାନ ଦୁର୍ଘଟଣା କେବଳ ଦେଶକୁ ନୁହେଁ, ସମ୍ପୂର୍ଣ୍ଣ ବିଶ୍ୱକୁ ମଧ୍ୟ ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣାରେ ୨୬୫ ଜଣଙ୍କ ମୃତ୍ୟୁ ହୋଇଛି, କିନ୍ତୁ ଜଣେ ଭାଗ୍ୟଶାଳୀ ଯାତ୍ରୀ ଅଛନ୍ତି – ରମେଶ ବିଶ୍ୱ
ଅହମଦାବାଦ ବିମାନ ଦୁର୍ଘଟଣାରେ     ବଂଚିଥିବା ଏକମାତ୍ର ଯାତ୍ରୀ ରମେଶ ବିଶ୍ୱାସ କୁମାରଙ୍କୁ ହସ୍ପିଟାଲରେ ଭେଟିଲେ ପିଏମ ମୋଦି


ଅହମଦାବାଦ, 13 ଜୁନ୍ (ହି.ସ.)- ଗୁଜରାଟ୍‌ର ଅହମଦାବାଦରେ

ଘଟିଥିବା ଭୟାନକ ବିମାନ ଦୁର୍ଘଟଣା କେବଳ ଦେଶକୁ ନୁହେଁ, ସମ୍ପୂର୍ଣ୍ଣ ବିଶ୍ୱକୁ ମଧ୍ୟ ସ୍ତବ୍ଧ କରିଦେଇଛି। ଏହି ଦୁର୍ଘଟଣାରେ ୨୬୫ ଜଣଙ୍କ

ମୃତ୍ୟୁ ହୋଇଛି, କିନ୍ତୁ ଜଣେ

ଭାଗ୍ୟଶାଳୀ ଯାତ୍ରୀ ଅଛନ୍ତି – ରମେଶ ବିଶ୍ୱାସ କୁମାର। ସେ

ମୃତ୍ୟୁର ମୁହଁରୁ ବଞ୍ଚିଯିବାକୁ ସକ୍ଷମ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର

ମୋଦୀ ଆଜି ଏହି ଚମତ୍କାରିକ ଭାବରେ ବଞ୍ଚିଥିବା ଯାତ୍ରୀଙ୍କୁ ଭେଟିଛନ୍ତି ଓ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିଥିଲେ ।

ହସ୍ପିଟାଲ୍‌ର ବେଡ୍‌ ଉପରେ ଶୋଇଥିବା

ରମେଶ ବିଶ୍ୱାସ ବିତାଇଥିବା

ଘଟଣା ବଖାଣିଛନ୍ତି । ସେ କହିଛନ୍ତି ଯେ, ରନୱେ ଉପରେ ବିମାନ ବେଗ ବଢ଼ିବା ସହିତ ମୋତେ କିଛି

ଅଜବ ଲାଗିଥିଲା। ହଠାତ୍ ୫-୧୦ ସେକେଣ୍ଡ ପାଇଁ ସବୁ କିଛି ଥମି ଯିବା ପରି ଲାଗିଲା। ତାପରେ ହଠାତ୍

ସବୁଜ ଓ ଧଳା ଆଲୋକ ଜଳିଥିଲା। ଲାଗିଲା ଯେ ପାଇଲଟ୍ ଟେକଅଫ୍ ପାଇଁ ସମ୍ପୂର୍ଣ୍ଣ ଶକ୍ତି

ଲାଗାଇଦେଇଛନ୍ତି। ତାପରେ ବିମାନଟି ଗୋଟିଏ ବିଲ୍ଡିଂ

ସହିତ ଧକ୍କା ହୋଇଥିଲା ।

ସେ କହିଛନ୍ତି ଯେ, ବୋଧେ

ମୋ ସିଟ ତଳକୁ ପଡିଗଲା । ବିଶ୍ୱାସ କହିଛନ୍ତି ଯେ ସେ ଯେଉଁଠି ବସିଥିଲେ, ସେହି ଅଂଶଟି ସମ୍ଭବତଃ ବିଲ୍ଡିଂର ତଳ ଅଂଶ ସହିତ ଧକ୍କା ହୋଇଥିଲା। ଉପରେ ନିଆଁ ଲାଗିଥିଲା

ଓ ବହୁତ ଲୋକ ସେଥିରେ ଫସିଥିଲେ। ବୋଧେ ମୁଁ ଶିଟ୍ ସହିତ ତଳକୁ ପଡ଼ିଗଲି ଓ କୌଣସି ପ୍ରକାରେ

ବାହାରିବାରେ ସଫଳ ହେଲି। ଦ୍ୱାର ଭାଙ୍ଗି ଯାଇଥିଲା, ସାମ୍ନାରେ ଅଳ୍ପ ଖୋଲା ଜାଗା ଦେଖି ମୁଁ ବାହାରିବାକୁ ଚେଷ୍ଟା କଲି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande