ଲଣ୍ଡନ, 13 ଜୁନ୍ (ହି.ସ.)- ଅଭିନେତ୍ରୀ କରିସ୍ମା
କପୁରଙ୍କ ପୂର୍ବତନ ସ୍ୱାମୀ ଏବଂ ପ୍ରସିଦ୍ଧ ବ୍ୟବସାୟୀ ସଞ୍ଜୟ କପୁରଙ୍କ ଗୁରୁବାର ଦିନ ହାର୍ଟଆଟାକ
ଯୋଗୁ ଦେହାନ୍ତ ଘଟିଛି। ୫୩ ବର୍ଷୀୟ ସଞ୍ଜୟ କପୁର ପୋଲୋ ଖେଳୁଥିବା ବେଳେ ଅଚାନକ ଅଚେତ
ହୋଇପଡ଼ିଥିଲେ।
ଅଭିନେତା ସୁହେଲ ସେଠ୍
ସଞ୍ଜୟ କପୁରଙ୍କ ବିୟୋଗ ସଂପର୍କୀୟ ସୂଚନା ତାଙ୍କର ଏକ୍ସ ହ୍ୟାଣ୍ଡେଲ୍ରେ ସେୟାର୍ କରିଛନ୍ତି।
ସୁହେଲ ଏକ୍ସରେ ଲେଖିଛନ୍ତି, ''ସଞ୍ଜୟ କପୁରଙ୍କ ଦେହାନ୍ତର ଖବର ଶୁଣି ବହୁତ ଦୁଃଖ
ଲାଗିଲା। ଆଜି ସକାଳେ ଇଂଲଣ୍ଡରେ ତାଙ୍କର ଦେହାନ୍ତ ଘଟିଛି। ଏହା ଏକ ବଡ଼ କ୍ଷତି ଅଟେ ଓ ତାଙ୍କ
ପରିବାର ଓ ସହକର୍ମୀଙ୍କ ପାଇଁ ଗଭୀର ସମବେଦନା ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା