କୁଳବୃଦ୍ଧ ମଧୁସୂଦନଙ୍କ ଜନ୍ମ ପୀଠରେ ଛାତ୍ରଛାତ୍ରୀ ରଜ ପାଳିଲେ
ଭଦ୍ରକ, ୧୫ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦ ଆନୁକୁଲ୍ୟରେ କଟକ ସତ୍ୟଭାମାପୁର ସ୍ଥିତ ମଧୁସୂଦନଙ୍କ ଜନ୍ମ ପୀଠରେ ପରିଷଦର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପହିଲି ରଜ ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ସର୍ବ ପ୍ରଥମ
MADHUSUDAN JANMA PITHA RAJA UTSAV


ଭଦ୍ରକ, ୧୫ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର ଅନ୍ୟତମ ଅଗ୍ରଣୀ ଅନୁଷ୍ଠାନ ନାରାୟଣ ସ୍ମୃତି ସେବା ଓ ସାହିତ୍ୟ ଗବେଷଣା ପରିଷଦ ଆନୁକୁଲ୍ୟରେ କଟକ ସତ୍ୟଭାମାପୁର ସ୍ଥିତ ମଧୁସୂଦନଙ୍କ ଜନ୍ମ ପୀଠରେ ପରିଷଦର ଛାତ୍ର ଛାତ୍ରୀଙ୍କ ଦ୍ୱାରା ପହିଲି ରଜ ଆଡ଼ମ୍ବର ସହକାରେ ପାଳନ କରାଯାଇଛି । ସର୍ବ ପ୍ରଥମେ ଓଡିଆ ବୀର ମଧୁବାବୁଙ୍କ ପୂର୍ଣ୍ଣାଙ୍ଗ ଅବୟବରେ ଛାତ୍ର ଛାତ୍ରୀମାନେ ପୁଷ୍ପ ମାଲ୍ୟ ଅର୍ପଣ କରି “ତୁ ପରା ବୋଲାଉ ଉତ୍କଳ ସନ୍ତାନ” ଗୀତ ଗାନ କରିଥିଲେ । ଜାତୀୟ ଜୀବନରେ ସାମିଲ ରହି ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ (୧୯୩୬) ଦେଶ ପ୍ରାଣ ମଧୁସୂଦନଙ୍କ ଅବଦାନ ସଂପର୍କରେ ପୁଙ୍ଖାନୁପଙ୍ଖ ଆଲୋଚନା କରାଗଲା । ବ୍ୟକ୍ତିଗତ ଜୀବନର ସୁଖ ସ୍ୱାଚ୍ଛନ୍ଦ୍ୟରୁ ଦୂରେଇ ଯାଇ ଦୀର୍ଘ ୮୬ ବର୍ଷ ପର୍ଯ୍ୟନ୍ତ ପ୍ରାକୃତିକ ସମ୍ପଦ ଭରା ଉତ୍କଳ ମାତାର ଭୁୟଭୁୟପ୍ରଶଂସାକୁ ନେଇ ବହୁ ତଥ୍ୟ ଭିତିକ ଆଲୋଚନାହୋଇଥିଲା । ଛାତ୍ର ଛାତ୍ରୀମାନେ ଉତ୍କଳର ଅମୃତ ସନ୍ତାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଗୋପାଳପ୍ରସାଦ ମହାପାତ୍ର, ଅଧ୍ୟାପିକା ସଂଯୁକ୍ତା ଭାରତୀ, ଗବେଷଣା ପରିଷଦର ସଭାପତି ବିଭୂତି ଭୂଷଣ ସେନାପତି ପ୍ରଭୃତି ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ପ୍ରାବନ୍ଧିକ ବିଭୂତିଭୂଷଣ ସେନାପତିଙ୍କ ରଚିତ ସରଳ ସଂସ୍କୃତ ବ୍ୟାକରଣ ଶିକ୍ଷା ‘ବିଘ୍ନରାଜ’ଲୋକାର୍ପିତ ହୋଇଥିଲା । ପ୍ରଜ୍ଞାପାରମିତା ଦାସ, ଗାୟତ୍ରୀ ନାୟକ,ସାଇକ୍ରୀଷ୍ଣା ବାରିକ, ସାଇପ୍ରକାଶ ନାୟକ, ରୀତିରେଖା ମହାଳିକ, ଅଶୋକକୁମାର ସାହୁ, ପ୍ରିୟାଂଶୁ କୁମାର ସାହୁ,ସ୍ୱାଗତିକା ବେହେରା,ସୁଲଗ୍ନା ଦାଶ, ମାମାଲି ଓଝା, ବାପୁନୁ ଓଝା , ନିଲେଶ ସାହୁ ଏବଂ ରୂପ୍ସା ସାହୁ ପ୍ରଭୃତି ଛାତ୍ର ଛାତ୍ରୀ ଆଲୋଚନାରେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶ୍ନ ଉତ୍ ଥାପନ କରିଥିଲେ । ମଧୁବାବୁଙ୍କ ଜନ୍ମପୀଠକୁ ଜାତୀୟ ପୀଠର ମାନ୍ୟତ ଦେବା ପାଇଁ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ଓଡିଶା ସରକରଙ୍କ ଦୃଷ୍ଟି ଆକର୍ଷଣ କରାଗଲା ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande