ମଝି ରାସ୍ତାରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ, ୭ଗୁରୁତର ୧୫ଉର୍ଦ୍ଧ ଯାତ୍ରୀ ଆହତ।
Odisha, 15 ଜୁନ୍ (ହି.ସ.)ଖୋର୍ଦ୍ଧା, ୧୬ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ ନୀଳକଣ୍ଠ। ଭୁବନେଶ୍ବରରୁ ନୀଳକଣ୍ଠ ନାମକ ବସ୍‌ ଗଞ୍ଜାମ ଜିଲା ପୋଲସରା ଅଭିମୁଖେ ୪୦ରୁ ଅଧିକ ଯାତ୍ରୀ ନେଇ ଯାଉଥିବା
ଦୁର୍ଘଟଣା


Odisha, 15 ଜୁନ୍ (ହି.ସ.)ଖୋର୍ଦ୍ଧା, ୧୬ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ଯାତ୍ରୀବାହୀ ଘରୋଇ ବସ ନୀଳକଣ୍ଠ। ଭୁବନେଶ୍ବରରୁ ନୀଳକଣ୍ଠ ନାମକ ବସ୍‌ ଗଞ୍ଜାମ ଜିଲା ପୋଲସରା ଅଭିମୁଖେ ୪୦ରୁ ଅଧିକ ଯାତ୍ରୀ ନେଇ ଯାଉଥିବା ବେଳେ ଘଟିଲା ଦୁର୍ଘଟଣା। ସେମାନଙ୍କ ମଧ୍ୟରୁ ୭ଜଣ ଗୁରୁତର ହୋଇଥିବା ବେଳେ ୧୫ରୁ ଉର୍ଦ୍ଧ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟଲୋକ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୁଲିସ ପହଞ୍ଚି ବସ୍‌କୁ ଜବତ କରି ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ରବିବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଭୁବନେଶ୍ବରରୁ ଗଞ୍ଜାମ ଜିଲା ପୋଲସରା ଅଭିମୁଖେ ଯାଉଥିବା ବେଳେ ପିତାପଲ୍ଳୀ ନିକଟରେ ଭାରସାମ୍ୟ ହରାଇ ରାସ୍ତା ମଝିରେ ଓଲଟିପଡିଛି। ଦୁର୍ଘଟଣାରେ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟଲୋକ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ଖୋର୍ଦ୍ଧ‌ ମେଡିକାଲରେ ଭର୍ତ୍ତି କରିଛନ୍ତି। ସମସ୍ତଙ୍କ ସେଠାରେ ଚିକିତ୍ସା ଜାରି ରହିଛି। ତେବେ ଦୁର୍ଘଟଣା ପରେ ପିତାପଲ୍ଲୀ ରାସ୍ତା‌ରେ ଟ୍ରାଫିକ୍ ଜାମ୍ ସମସ୍ୟା ଉପୁଜିବାରୁ ଘଟଣାସ୍ଥଳରେ ସ୍ଥାନୀୟ ଶିଳ୍ପାଞ୍ଚଳ ଥାନା ପୁଲିସ ପହଞ୍ଚ ଟ୍ରାଫିକ୍ ନିୟନ୍ତ୍ରଣ କରିବା ସହ ଦୁର୍ଘଟଣା ଗ୍ରସ୍ତ ବସ୍‌ଟିକୁ ଜବତ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande