ପୁରୀରେ ଫିକା ପଡିଲା ରଜ ଉତ୍ସବ
ପୁରୀରେ ଫିକା ପଡିଲା ରଜ ଉତ୍ସବ ପୁରୀ, 15 ଜୁନ୍ (ହି.ସ.)-ପୁରୀରେ ଫିକା ପଡିଯାଇଛି ରଜ ଉତ୍ସବ | ସକାଳୁ ଝିପି ଝିପି ବର୍ଷା ରଜ ମଉଜ କୁ ବିଗାଡି ଦେଇଛି |ଲଗାତର ଝିପି ଝିପି ବର୍ଷା ଯୋଗୁଁ ମହିଳା, ଯୁବତୀ, କିଶୋରୀ, ବାଳିକା ଓ ନବବଧୂ ମାନେ ଘରୁ ବାହାରିପାରୁନଥିବା ଦେଖିବାକୁ ମିଳିନଥିଲା | ବାହାରେ ଦୋଳି
ପୁରୀରେ ଫିକା ପଡିଲା ରଜ ଉତ୍ସବ


ପୁରୀରେ ଫିକା ପଡିଲା ରଜ ଉତ୍ସବ

ପୁରୀ, 15 ଜୁନ୍ (ହି.ସ.)-ପୁରୀରେ ଫିକା ପଡିଯାଇଛି ରଜ ଉତ୍ସବ | ସକାଳୁ ଝିପି ଝିପି ବର୍ଷା ରଜ ମଉଜ କୁ ବିଗାଡି ଦେଇଛି |ଲଗାତର ଝିପି ଝିପି ବର୍ଷା ଯୋଗୁଁ ମହିଳା, ଯୁବତୀ, କିଶୋରୀ, ବାଳିକା ଓ ନବବଧୂ ମାନେ ଘରୁ ବାହାରିପାରୁନଥିବା ଦେଖିବାକୁ ମିଳିନଥିଲା | ବାହାରେ ଦୋଳି ଆୟୋଜନ କରିଥିବା ଆୟୋଜକମାନେ ଚିନ୍ତା ରେ ପଡିଯାଇଛନ୍ତି | ମାର୍କଣ୍ଡେସ୍ୱରସାହି ବୁଢ଼ୀ ମା ତୋଟା ରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଆଜି ଓଡିଶା ର ପ୍ରତିଷ୍ଠିତ କଣ୍ଠଶୀଳ୍ପୀ ଅସୀମା ପଣ୍ଡା ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା, ତାହା ବର୍ଷା ଯୋଗୁଁ ବାତିଲ କରାଯାଇଛି | ବର୍ଷା ଯୋଗୁଁ ପରିବା ବଜ଼ାର, ରଜପାନ ଷ୍ଟଲ, ମିଠା ଓ ପିଠା ଷ୍ଟଲ ରେ ବିକ୍ରି କମିଯାଇଛି | ବଡଦାଣ୍ଡ ରେ ପ୍ରାୟ ଦୋକାନ ବନ୍ଦ ଯୋଗୁଁ ଖାଁ ଖାଁ ଲାଗୁଛି | ସମୁଦ୍ରକୂଳେରେ ଗତକାଲି ଗହଳି ଥିବା ବେଳେ ଆଜି ଶୂନଶାନ ଦେଖିବାକୁ ମିଳିଛି | ଚଳିତ ବର୍ଷ ରଜ ରେ ପ୍ରଥମ ଦିନ ଶନିବାର, ଦ୍ୱିତୀୟ ଦିନ ରବିବାର ଥିଲେ ମଧ୍ୟ ସଂକ୍ରାନ୍ତି ପଡିଲା, ତୃତୀୟ ଦିନ ସୋମବାର, ଚତୃର୍ଥ ଦିନ ଠାକୁରାଣୀ ଗାଧୁଆ ମଙ୍ଗଳବାର ହେତୁ ଏ ବର୍ଷ ରଜ ରେ ପାଟିରେ ଆଇଁଷ ବାଜିଲାଣି ବୋଲି ପପୁ ଟି ଷ୍ଟଲ ପାଖରେ ଅକ୍ଷୟ କହୁଥିବା ଶୁଣିବାକୁ ମିଳିଥିଲା | ସୋମବାର ଯଦି ଖରା ହୁଏ ତେବେ ଉତ୍ସବ ଟିକେ ଜମନ୍ତା ବୋଲି ଆଲୋଚନା ହେଉଥିଲା |

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande