କଦମପାଳ ପଂଚାୟତରେ ୧୦ମ ବାର୍ଷିକ ରଜ ମହୋତ୍ସବ ଉଦଯାପିତ
ଧର୍ମଶାଳା,୧୭ ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କଦମପାଳ ପଂଚାୟତ କଦମପାଳ ଗ୍ରାମରେ ମା’ ମଙ୍ଗଳା ଷ୍ଟାର କ୍ଲବ ପକ୍ଷରୁ ଆୟୋଜିତ ୧୦ ବାର୍ଷିକ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ୩ ଦିନ ଧରି ଚାଲିଥିବା ଏହି ମହୋତ୍ସବ ଗ୍ରାମରେ ଆନନ୍ଦ ଉଲ୍ଲାସର ପାଳିତ ହୋଇଛି । ବିଭିନ୍ନ ଦିବସରେ
କଦମପାଳ ପଂଚାୟତରେ ୧୦ମ ବାର୍ଷିକ ରଜ ମହୋତ୍ସବ ଉଦଯାପିତ


ଧର୍ମଶାଳା,୧୭ ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ କଦମପାଳ ପଂଚାୟତ କଦମପାଳ ଗ୍ରାମରେ ମା’ ମଙ୍ଗଳା ଷ୍ଟାର କ୍ଲବ ପକ୍ଷରୁ ଆୟୋଜିତ ୧୦ ବାର୍ଷିକ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ୩ ଦିନ ଧରି ଚାଲିଥିବା ଏହି ମହୋତ୍ସବ ଗ୍ରାମରେ ଆନନ୍ଦ ଉଲ୍ଲାସର ପାଳିତ ହୋଇଛି । ବିଭିନ୍ନ ଦିବସରେ କୃତି ପ୍ରତିଯୋଗିମାନଙ୍କୁ ନେଇ କୁଇଜ୍ ,କବାଡି,ମିୟୁଜିକ୍ ଚେୟାର,ଝୋଟିିଚିତା,ମେହେନ୍ଦି ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଉଦଯାପନି ସମାରୋହରେ ଧର୍ମଶାଳା ବିଧାୟକ ହିମାଶୁଂ ଶେଖର ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ । ସମ୍ମାନୀତ ଅତିଥିଭାବେ ବରିଷ୍ଠ ବିଜେପି ନେତା ପବିତ୍ର ମୋହନ ଦାଶ ଓ ମୁଖ୍ୟବକ୍ତାଭାବେ ଶିକ୍ଷାବିତ୍ ଚିତ ରଂଜନ ମହାନ୍ତି ଓ ରଜ ମହୋତ୍ସବ କମିଟିର ସଭାପତି ଇଂ ସୂର୍ଯ୍ୟକାନ୍ତ ଜେନା ଓ କମିଟିର ଅଧ୍ୟକ୍ଷ ବାଦଲ କୁମାର ଯୋଗ ଦେଇ ଗ୍ରାମାଚଂଚଳର ଏହି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଅତିଥିମାନେ ସ୍ୱାମ୍ବାଦିକ ଅବିନେଶ୍ୱର ଶତପଥୀ,ଚିନ୍ମୟ ନାୟକ ଓ ଆଦର୍ଶ ଶିକ୍ଷକ ଅଂଜନ କୁମାର ବିଶ୍ୱାଳ,ହାସ୍ୟ ଅଭିନେତା ଭିକାରୀ ସ୍ୱାଇଁ, କଣ୍ଠଶିଳ୍ପୀ ରମାକାନ୍ତ ସାହୁ,ଶ୍ରେଷ୍ଠ ତବଲା ବାଦକ ବଟକୃଷ୍ଣ ଜେନା , ଶ୍ରେଷ୍ଠ ସମାଜସେବୀ ସଂଗଠନ,ଉତ୍କଳମଣୀ ସମାଜସେବୀ ସଂଗଠନ ଓ କୃତି ପ୍ରତିଯୋଗିମାନଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ମା’ ମଙ୍ଗଳା ଷ୍ଟାର କ୍ଲବର ସମସ୍ତ ସଭ୍ୟ/ସଭ୍ୟା ଓ କଦମପାଳ ଗ୍ରାମର ବରିଷ୍ଠ ମୁରବୀ ଓ ଯୁବକମାନେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande