ମୁଖ୍ୟମନ୍ତ୍ରୀ ଙ୍କ ବଲାଙ୍ଗିର ଗସ୍ତ କୁ ଅର୍ଥହୀନ ବୋଲି ବି ଜେ ଡି କହିଲା
ବଲାଙ୍ଗିର ,17 ଜୁନ୍ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ବଲାଙ୍ଗିର ଗସ୍ତ କୁ ପ୍ରତିବାଦ କରି ବଲାଙ୍ଗିର ସାମ୍ୱାଦିକ ଭବନ ରେ ବିଜେଡି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସରୋଜ ମେହେର ଙ୍କ ସଭାପତି ତ୍ଵ ରେ ଅନୁଷ୍ଠିତ ଏହି ସାମ୍ୱାଦିକ ସମ୍ମିଳନୀ ରେ ବିଜେଡ
ବଲାଙ୍ଗିର ଗସ୍ତ କୁ ଅର୍ଥହୀନ ବୋଲି ବି ଜେ ଡି କହିଲା


ବଲାଙ୍ଗିର ଗସ୍ତ କୁ ଅର୍ଥହୀନ ବୋଲି ବି ଜେ ଡି କହିଲା


ବଲାଙ୍ଗିର ଗସ୍ତ କୁ ଅର୍ଥହୀନ ବୋଲି ବି ଜେ ଡି କହିଲା


ବଲାଙ୍ଗିର ,17 ଜୁନ୍ (ହି.ସ.)

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କ ବଲାଙ୍ଗିର ଗସ୍ତ କୁ ପ୍ରତିବାଦ କରି ବଲାଙ୍ଗିର ସାମ୍ୱାଦିକ ଭବନ ରେ ବିଜେଡି ପକ୍ଷରୁ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସରୋଜ ମେହେର ଙ୍କ ସଭାପତି ତ୍ଵ ରେ ଅନୁଷ୍ଠିତ ଏହି ସାମ୍ୱାଦିକ ସମ୍ମିଳନୀ ରେ ବିଜେଡି ନେତା ମାନେ ମୁଖ୍ୟମନ୍ତ୍ରୀ ଙ୍କ ଏହି ଗସ୍ତ କୁ ଅର୍ଥହୀନ ବୋଲି କହିଛନ୍ତି। ଯାହା ପ୍ରତିଶ୍ରୁତି ନେଇ ବିଜେପି ସରକାର କ୍ଷମତା କୁ ଆସିଥିଲା ତାହା ଆଶା ପୂରଣ କରିବାରେ ବିଫଳ ହୋଇଛନ୍ତି । ଜିଲ୍ଲାବାସୀ ଙ୍କ ଦାବି ଅନୁସାରେ ବିଜୟାନନ୍ଦ ଚିନିକଳ ପୁଣି ଠାରେ କାର୍ଯ୍ୟକ୍ଷମ କରିବାର ଦାବି କରୁଥିବା ବେଳେ କୃଷି ବିଶ୍ଵ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ଦାବି କରିଥିଲେ । ଏନେଇ କିଛି ଘୋଷଣା କରିବାର ଆଶା ରହିଥିଲା କିନ୍ତୁ ସେ କ୍ଷେତ୍ର ରେ ମଧ୍ୟ ସରକାର ବିଫଳ ହୋଇଛନ୍ତି । ଧଳା ସୁନା ର ଅଞ୍ଚଳ ବଲାଙ୍ଗିର ଜିଲ୍ଲା ରେ ଟେସ୍କଟାଇଲ ମିଲ ସ୍ଥାପନ କରିବା ପାଇଁ ଦାବି ହେଉଥିବା ବେଳେ ସେ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ମୁହଁ ନ ଖୋଲିବା ଦୁର୍ଭାଗ୍ୟଜନକ ବୋଲି ବିଜେଡି କହିଛି । କେବଲ ଏତିକି ନୁହଁ ଉପ ମୁଖ୍ୟମନ୍ତ୍ରୀ ଙ୍କ ନିଜ ଅଞ୍ଚଳ ରେ ଶିଶୁବିକ୍ରୀ, ଦାଦନ ଚାଲାଣ ହେଉଥିବା ବେଳେ ବିଜେପି ସରକାର କୁ ଆସିବା ପରେ ତାଙ୍କର ଆଚରଣ, ଉଚ୍ଚାରଣ ସମସ୍ତଙ୍କୁ ବ୍ୟଥିତ କରିଥିବା ଜିଲ୍ଲା ସଭାପତି ଶ୍ରୀ ମେହେର ପ୍ରକାଶ କରିଛନ୍ତି । ଏପରିକି ଯେଉଁ ଅପର ଲାନ୍ଥ ପ୍ରକଳ୍ପ ବିଷୟ ରେ ବିଜେପି ସରକାର କହୁଛନ୍ତି ସେହି ଅଞ୍ଚଳ ର ବିସ୍ଥାପିତ ମାନଙ୍କୁ ଉପ ମୁଖ୍ୟମନ୍ତ୍ରୀ ଆତଙ୍କବାଦୀ କହୁଛନ୍ତି ଯାହାକି ଏକ ଦୁର୍ଭାଗ୍ୟର ବିଷୟ ବୋଲି ସଭାପତି ଶ୍ରୀ ମେହେର କହିଛନ୍ତି । ସରକାର ଗଢ଼ିବା ସମୟ ରେ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣହୋଇଛି । ଯାହାକିଛି ବିକାଶ ମୂଳକ କାମ ହୋଇଛି ତାହା ନବୀନ ପଟ୍ଟନାୟକ ଙ୍କ ମୁଖ୍ୟମନ୍ତ୍ରୀ ଥିବା ସମୟ ରେ ହୋଇଛି । ବିଜେପି ସରକାର ଖାଲି କରିଦେବୁ କରିଦେବୁ କହୁଛି କିନ୍ତୁ ଗୋଟିଏ ବର୍ଷ ହେଲା କଣ କରିଛନ୍ତି ସେ ନେଇ କିଛି ତାଙ୍କ ପାଖ ରେ ଉତ୍ତର ନଥିବା ସେ କହିଛନ୍ତି । ଜିଲ୍ଲା ରେ ବିକାଶ ବର୍ଷକ ପୂର୍ବରୁ ଯେଉଁଠି ଥିଲା ସେଠାରେ ହିଁ ଅଟକିଥିବା ବିଜେଡି କହିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀ ଙ୍କ ଜିଲ୍ଲା ରେ ସ୍ବାସ୍ଥ୍ୟ ବ୍ୟବସ୍ଥା ନ କହିବା ଭଲ । ଆଜି ପର୍ଯ୍ୟନ୍ତ ମେଡିକାଲ କଲେଜ ଡାକ୍ତରଖାନା ନୂତନ କୋଠା କୁ ସ୍ଥାନାନ୍ତର ହୋଇପାରିନାହିଁ । ଜିଲ୍ଲାର ଅନ୍ୟ ସ୍ଥାନରେ ଥିବା ଡାକ୍ତରଖାନା ର ବି ଅବସ୍ଥା ଖରାପ ବୋଲି ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ ପ୍ରକାଶ କରିଥିଲେ । ଜିଲ୍ଲା ପାଇଁ ମଞ୍ଜୁର ହୋଇଥିବା ପାଞ୍ଚ ଟି ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ବାତିଲ କରିବାର କାରଣ କଣ ବୋଲି ପୂର୍ବତନ ଜଳସେଚନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟମନ୍ତ୍ରୀ ଙ୍କୁ ଟାର୍ଗେଟ କରିଛନ୍ତି । ବର୍ଷ କୁ ଦଶ ହଜାର ଟଙ୍କା ରେ କେଉଁ ମହିଳା ଲକ୍ଷପତି ହୋଇଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି । ସରକାର କେବଲ୍ ପ୍ରହସନ ପାଲଟିଥିବା ପୂର୍ବତନ ମନ୍ତ୍ରୀ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ କହିଥିଲେ ଯେ ବିଜେଡି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, ବଲାଙ୍ଗିର ବିଧାୟକ ଓ ଜିଲ୍ଲା ପରିଷଦ ସଭାପତି ଙ୍କୁ ରାଜନୈତିକ ଉର୍ଦେଶ୍ୟ ନେଇ ଡକା ନଯିବା ଏହା ସରକାରୀ କାର୍ଯ୍ୟକ୍ରମ ନଥିଲା ଏହା ଦଳୀୟ କାର୍ଯ୍ୟକ୍ରମ ବୋଧ ହୁଏ ଥିଲା ।ଆମେ ଜିଲ୍ଲାପାଲ ଙ୍କୁ ଲିଖିତ ଅଭିଯୋଗ କରିଥିଲୁ ଜିଲ୍ଲାପାଲ ଙ୍କୁ ଦଳୀୟ ନେତା ଙ୍କ ଚାପ ପଡ଼ିଥିଲା । ଆଗକୁ ବିଜେଡି ଦଳ ଲୋକଙ୍କ ପାଇଁ ଲଢେଇ କରିବ ଓ ଘର ଘର ଯାଇ ବିଜେପି ସରକାର ର ବିଫଳତା କହିବେ ଓ ବିଜେପି ନେତା ଙ୍କ ମୁଖା ଖୋଲିବ ବୋଲି ବିଜେଡି ନେତା ମାନେ ମତ ରଖିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ ରେ ପୌରା ପରିଷଦ ଅଧ୍ୟକ୍ଷ। ଲିକା ସାହୁ, ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ,ପୂର୍ବତନ ବିଧାୟକ ଆୟୁବ ଖାଁ, ସାଂସଦ ପାର୍ଥି ଥିବା ସୁରେନ୍ଦ୍ର ସିଂଭୋଇ, କଣ୍ଟାବାଞ୍ଜି ବିଧାୟକ ପାର୍ଥୀ ଥିବା ଅଜୟ ଦାସ, ଲୋଇସିଂହା ବିଧାୟକ ପାର୍ଥି ନିହାର ରଂଜନ ବେହେରା, ବରିଷ୍ଟ ନେତା ଲକ୍ଷ୍ମଣ କୁମାର ମେହେର, ଜିଲ୍ଲା ବିଜେଡି ମହିଳା ସଭାପତି ଦମୟନ୍ତୀ ବାଗ, ବରିଷ୍ଟ ନେତା ପ୍ରଭାତ ପାଣିଗ୍ରାହୀ, ଓ ବିଜେଡି ଛାତ୍ର ନେତା ସୁମନ ନନ୍ଦ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande