“ରଜ ଉତ୍ସବ ମା’ ଓ ମାଟି ପ୍ରେମଭାବ ସୃଷ୍ଟି କରେ”, ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର
ଭଦ୍ରକ, ୧୭ ଜୁନ୍ (ହି.ସ.) - ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର ସାମରାଇପୁର କଲ୍ୟାଣୀନଗରସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ଇଂ ଅଭୟ ସୂତାରଙ୍କ ପୌରହିତ୍ୱରେ ପ୍ରାଧ୍ୟାପକ ଶିବ ଚରଣ ଖାମୁରାଇ ଉଦ୍‌ଘାଟନ କରିଥିଲେ। ବେଦପାଠ ଓ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ପ୍ରତିଷ୍ଠାତା ସମ୍ପାଦକ ଡ
MATRUBHASA PARISAD SANKRANTI ASARA


ଭଦ୍ରକ, ୧୭ ଜୁନ୍ (ହି.ସ.) - ଆମ ମାତୃଭାଷା ପରିଷଦର ସଂକ୍ରାନ୍ତି ଆସର ସାମରାଇପୁର କଲ୍ୟାଣୀନଗରସ୍ଥିତ ଗୁରୁକୃପା ଭବନରେ ଅନୁଷ୍ଠିତ ହୋଇଯାଇଛି। ଇଂ ଅଭୟ ସୂତାରଙ୍କ ପୌରହିତ୍ୱରେ ପ୍ରାଧ୍ୟାପକ ଶିବ ଚରଣ ଖାମୁରାଇ ଉଦ୍‌ଘାଟନ କରିଥିଲେ। ବେଦପାଠ ଓ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ ପ୍ରତିଷ୍ଠାତା ସମ୍ପାଦକ ଡାକ୍ତର ଅନିଲ କୁମାର ଦାଶ ଓ ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲେ ଅଦିତିପ୍ରଭା ଦାଶ, “ରଜ ସଂକ୍ରାନ୍ତି ଓ ସମାଜ ଏକ ପର୍ଯ୍ୟାଲୋଚନା” ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଡ. ରାଜକିଶୋର ସାହୁ, ମୁଖ୍ୟବକ୍ତା ଡ. ରମାକାନ୍ତ ନାୟକ, ବରେଣ୍ୟ ଅତିଥି ଅଧ୍ୟକ୍ଷ ନୀହାର ରଞ୍ଜନ କର, ବିଜୟ କୁମାର ବହଳୀ, ଡ. କୃପାସିନ୍ଧୁ ନାୟକ, ଡାକ୍ତର ନୀଳକଣ୍ଠ ପଣ୍ଡା, ବାବୁଲାଲ ଦାସ, ଅମର କୁମାର ପାଣିଗ୍ରାହୀ, ଅଧ୍ୟାପିକା ଭାନୁମତୀ ମାଟିଆ, ଗୌତମ ମହାରଣା, ମନୋଜ କୁମାର ଜେନା, ପୁରୁଷୋତମ ଧଳ ଓ ସତ୍ୟ ପ୍ରକାଶ ସେଠୀ ପ୍ରମୁଖ ରଜ ଉତ୍ସବ ମା’ ଓ ମାଟି ପ୍ରେମଭାବ ସୃଷ୍ଟିକରେ ଓ ରଜ ଉତ୍ସବରେ ମାଟି ରଜସ୍ୱଳା ଥାଏ ତେଣୁ କୃଷକର ଚାଷକାମ ବନ୍ଦ ରହେ ଧରଣୀ ମାତାକୁ ତିନିଦିନ ବିଶ୍ରାମ ଦିଆଯାଏ। ରଜର ପୂର୍ବଦିନ ହାଣ୍ଡିଧୂଆ, ତାପରେ ପ୍ରଥମରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂଇଁ ଶୀତଳା କରାଯାଏ। ଓଡ଼ିଆ ପର୍ବ ଭାବେ ପୋଡ଼ ପିଠା, ଆମ୍ବ, ପଣସ, ଲିଚୁ, ଆଦି ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରାଯାଏ। କବି ମାନସୀ ସୂତାର, ବୀଣାପାଣୀ ତ୍ରିପାଠୀ ଓ ସଂଯୁକ୍ତା ବଳନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ କୈଳାସ ନାୟକ, ଅଂଶୁମାନ ସ୍ୱାଇଁ, ଋତୁରାଜ ଅକ୍ଷୟ, ଲକ୍ଷ୍ମୀଧର ରାଉତ, ରଜତ କୁମାର ସାହୁ, ଡ. ଅବନୀ ପ୍ରଧାନ, ମାନସ ରଞ୍ଜନ ପଣ୍ଡା, ମୁସ୍ତାକ୍ ଗହ୍ୱର, ଶଶାଙ୍କ ଶେଖର ପଣ୍ଡା, ଶେଖ୍ ଅବଦୁଲ୍ ଦୟାନ, ନିରଞ୍ଜନ ନାୟକ, ଗୟାଧର ଦାସ, ବିପ୍ଳବ କୁମାର ହୋତା, ଗୋକୁଳାନନ୍ଦ ରାଉତ, ନିରନ୍ ନାୟକ, ବସନ୍ତ ପାତ୍ର, ରମେଶ ଚନ୍ଦ୍ର ଦାସ, ରମାକାନ୍ତ ପାଳ, ମଧୁସୂଦନ ମହାପାତ୍ର, ପୀତାମ୍ବର ଦାସ, ସୁବାସ ଚନ୍ଦ୍ର ବଳ, ପ୍ରବୋଧ କୁମାର ଅଗସ୍ତି, ଅଧ୍ୟାପିକା ପ୍ରମୋଦା କୁମାରୀ ପଣ୍ଡା, ସନ୍ତୋଷ କୁମାର ସାହୁ, ଗୀତାଞ୍ଜଳି ଅଗସ୍ତି, ସଂଯୁକ୍ତା ଯାଦବ, ନମିତାରାଣୀ ମହାନ୍ତି, ସବିତା ମାଟିଆ ପ୍ରମୁଖ ପ୍ରାୟ ୭୦ଜଣ କବି ସ୍ୱରଚିତ କବିତା ପାଠ କରିଥିଲେ। ମଂଚ ଆହ୍ୱାନ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ପ୍ରକୃତିବନ୍ଧୁ ବୈକୁଣ୍ଠ ବିଶ୍ୱାଳ, ଏକ ସୁନ୍ଦର ଭଜନ ଗାନ କରିଥିଲେ ଇଂ ରବିନ୍ଦ୍ର କୁମାର ଜେନା, ମଂଚ ପରିଚାଳନା କରିଥିଲେ ସହସମ୍ପାଦିକା ମମତା ରାଣୀ ଦାଶମିଶ୍ର, ଇଂ ଚନ୍ଦନ ପଣ୍ଡା, ରଞ୍ଜନ ପଣ୍ଡା ଏବଂ ତନୁଶ୍ରୀ ପଣ୍ଡା ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷାବିତ୍ ଭାବଗ୍ରାହି ପଣ୍ଡା। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande