ଜିଲ୍ଲାସ୍ତରୀୟ ବିକାଶ ମେଳା - ୨୦୨୫ର ଷଷ୍ଠ ଦିବସ:- ପାରମ୍ପରିକ ଲୋକ ନୃତ୍ୟ ସହ ପାରମ୍ପରିକ ଖାଦ୍ୟର ମଜାରେ ନ ମସଗୁଲ ଜିଲ୍ଲାବାସୀ:-
ସୁବର୍ଣ୍ଣପୁର, 17 ଜୁନ୍ (ହି.ସ.) ବର୍ଷ ଏକ - ଉପଲବ୍ଧି ଅନେକକୁ ନେଇ ସୁବର୍ଣ୍ଣପୁରର ରୟାଲ ପଡ଼ିଆଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବିକାଶ ମେଳା - ୨୦୨୫ର ଷଷ୍ଠ ଦିବସରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ପ୍ରଦୀପ କୁମାର ଗୁରୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ
ଜିଲ୍ଲାସ୍ତରୀୟ ବିକାଶ ମେଳା - ୨୦୨୫ର ଷଷ୍ଠ ଦିବସ:- ପାରମ୍ପରିକ ଲୋକ ନୃତ୍ୟ ସହ ପାରମ୍ପରିକ ଖାଦ୍ୟର ମଜାରେ ନ ମସଗୁଲ ଜିଲ୍ଲାବାସୀ:-


ସୁବର୍ଣ୍ଣପୁର, 17 ଜୁନ୍ (ହି.ସ.)

ବର୍ଷ ଏକ - ଉପଲବ୍ଧି ଅନେକକୁ ନେଇ ସୁବର୍ଣ୍ଣପୁରର ରୟାଲ ପଡ଼ିଆଠାରେ ଚାଲିଥିବା ଜିଲ୍ଲାସ୍ତରୀୟ ବିକାଶ ମେଳା - ୨୦୨୫ର ଷଷ୍ଠ ଦିବସରେ ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ପ୍ରଦୀପ କୁମାର ଗୁରୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ଡି ଡି ଏମ ନାବାର୍ଡ ଡ଼ ସତ୍ୟ ସ୍ୱରୂପ ବେଦାନ୍ତ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗୀୟ ଲୋକ ଯୋଜନାର ସୂଚନା ପ୍ରଦାନ କରି ଜନସାଧାରଣ ଏହାର କିପରି ଭାବରେ ସୁବିଧା ନେଇ ପାରିବେ ସେ ସମ୍ପର୍କରେ ଯୋଜନା ସମ୍ପର୍କିତ ଵିଧି ବ୍ୟବସ୍ଥାର ତଥ୍ୟ ପ୍ରଦାନ କରିଥିଲେ। ଆଜି ବିକାଶ ମେଳା ଷଷ୍ଠ ଦିନ କାର୍ଯ୍ୟକ୍ରମ ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ସୋନପୁର ଡ଼ ସୌମ୍ୟା ରୁପା ରଥ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ବହୁ ସଂଖ୍ୟାରେ ଜନ ସାଧାରଣ ଯୋଗଦେଇଥିଲେ । ଏହି ଅବସରରେ ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ୩ ଗୋଟି ଦିବ୍ୟାଙ୍ଗ ଦମ୍ପତିଙ୍କୁ ୨. ୫ ଲକ୍ଷ ବିବାହ ପ୍ରୋତ୍ସାହନ ରାଶର ଡେମୋ ଚେକ୍ ପ୍ରଦାନ କରିଥିଲେ ଅତିଥିବୃନ୍ଦ। ହିତାଧିକାରୀଙ୍କୁ ଅନ୍ତୋର୍ଦୟ ଆବା ଏହି ଅବସରରେ ଵୟୋବନ୍ଦନା ସ୍ୱାସ୍ଥ୍ୟ କାର୍ଡ, ସାମାଜିକ ସୁରକ୍ଷା ଯୋଜନା, କିସାନ କ୍ରେଡିଟ କାର୍ଡ ପ୍ରଭୁତିର ହିତାଧିକାରୀ ଚୟନ, ସୁବିଧା ସୁଯୋଗର ତଥ୍ୟ ଦୃଶ୍ୟ ଶ୍ରାବ୍ୟ ମାଧ୍ୟମରେ ଉପସ୍ଥାପନା କରାଯାଇଥିଲା। ଆଜି ବିକାଶମେଳା ସାଂସ୍କୃତିକ ମଞ୍ଚରେ ଜିଲ୍ଲାର ପ୍ରତିଷ୍ଠିତ ଶିଶୁ ଓ ଯୁବ କଳାକାର ମାନଙ୍କ ଦ୍ୱାରା ଦଳଗତ ଓ ଏକକ ଲୋକନୃତ୍ୟ ଲୋକଗୀତ ସହ ସଚେତନା ମୂଳକ ପାରମ୍ପରିକ ଲୋକ ଗୀତ ଓ ଲୋକନୃତ୍ୟ ଉପସ୍ଥିତ ହଜାର ହଜାର ଜନସାଧାରଣଙ୍କୁ ବିମୋହିତ କରଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande