ସେଲ୍ ଅଧିକାରୀଙ୍କ ଘରୁ ଲୁଟ ଘଟଣା : ଅଭିଯୁକ୍ତ ଘରୁ ପୁଲିସ ଜବତ କଲା ଦୁଇଟି ସୁନା ହାର
ଯୋଡ଼ା, ୧୭ ଜୁନ୍ (ହି.ସ.)- ଖଣି ଅଞ୍ଚଳରେ ଘଟିଥିବା ହାଇ ପ୍ରୋଫାଇଲ୍ ଚୋରି ଘଟଣାରେ ବଲାଣି ପୁଲିସକୁ ପୁଣି ଏକ ଅନ୍ୟ ଉଲ୍ଲେଖନୀୟ ସଫଳତା ମିଳିଛି। ସୋମବାର ରାତିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅମନ ରାୟଙ୍କ ଘରୁ ପୁଲିସ ୨୨ ଗ୍ରାମର ଦୁଇଟି ସୁନା ହାର ଜବତ କରିଛି । ସୂଚନା ଅନୁଯାୟୀ, ବଲାଣି ପୁଲିସ ଉ
ଜବତ ସାମଗ୍ରୀ


ଯୋଡ଼ା, ୧୭ ଜୁନ୍ (ହି.ସ.)- ଖଣି ଅଞ୍ଚଳରେ ଘଟିଥିବା ହାଇ ପ୍ରୋଫାଇଲ୍ ଚୋରି ଘଟଣାରେ ବଲାଣି ପୁଲିସକୁ ପୁଣି ଏକ ଅନ୍ୟ ଉଲ୍ଲେଖନୀୟ ସଫଳତା ମିଳିଛି। ସୋମବାର ରାତିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅମନ ରାୟଙ୍କ ଘରୁ ପୁଲିସ ୨୨ ଗ୍ରାମର ଦୁଇଟି ସୁନା ହାର ଜବତ କରିଛି ।

ସୂଚନା ଅନୁଯାୟୀ, ବଲାଣି ପୁଲିସ ଉକ୍ତ ଚୋରି ଘଟଣାର ତଦନ୍ତ କରି ଘଟଣାର ୪୮ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଅମନ ରାୟକୁ ତାର ବଲାଣି ସ୍ଥିତ ଆତ୍ରୀ ହଟିଂ ରେ ଥିବା ବାସଗୃହରୁ ଗିରଫ କରିଥିଲା । ତାକୁ ପଚରାଉଚରା କରିବା ପରେ ଚୋରି ହୋଇଥିବା କିଛି ସୁନା ଅଳଙ୍କାର ଓ ରୁପା ଅଳଙ୍କାରକୁ ବଡ଼ବିଲ ସ୍ଥିତ ଆରତୀ ଡାକ୍ତରଖାନା ନିକଟସ୍ଥ ଜଣେ ସୁନା ବ୍ୟବସାୟୀ ଅନୀଲ କୁମାର ବର୍ମା ନିକଟରୁ ଜବତ ହୋଇଛି। ତାକୁ ଗିରଫ କରିବା ସହିତ ଉକ୍ତ ବ୍ୟବସାୟୀ ଠାରୁ ପ୍ରାୟ ୭.୫ ଗ୍ରାମର ତରଳା ଯାଇଥିବା ସୁନା ଓ ୭୫ ଗ୍ରାମର ରୁପା ଅଳଙ୍କାର ଜବତ ହୋଇଛି । ଏହା ବ୍ୟତୀତ ଏହି ଚୋରି ଘଟଣାରେ ସାମିଲ ଥିବା ବଲାଣି ଥାନା ଅନ୍ତର୍ଗତ ଗୁରୁଦ୍ୱାରା ହଟିଂର ଜଣେ ନାବାଳକକୁ ସୁଧାର ଗୃହକୁ ପଠାଇଛି ବଲାଣି ପୁଲିସ ।

ଥାନା ଅଧିକାରୀ ଲବ ବୋଡା ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୦୪ ଗ୍ରାମରୁ ଅଧିକ ସୁନା ଓ ରୂପା ଗହଣା ଜବତ କରାଯାଇଛି। ଏହି ଚୋରି ଘଟଣାରେ ଅନ୍ୟ ଲୋକମାନେ ମଧ୍ୟ ଜଡିତ ଥିବା ନେଇ ସନ୍ଦେହ କରୁଛି ପୁଲିସ ଏବଂ ଏଥିରେ ଗୋଟିଏ ଚୋର ରାକେଟ ସକ୍ରିୟ ଥିବା ନେଇ ଆଶଙ୍କା କରାଯାଉଛି । ସେ କହିଛନ୍ତି, ଆମର ତଦନ୍ତ ବ୍ୟବସ୍ଥା ତ୍ୱରିତ ଭାବେ ଚାଲିଛି। ଅବଶିଷ୍ଟ ଚୋରା ଉପକରଣ ଉଦ୍ଧାର ଓ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଶେଷ ଦଳ ଗଠନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ


 rajesh pande