କେନ୍ଦୁଝର, 17 ଜୁନ (ହି.ସ.) କେନ୍ଦୁଝର ସାଂସଦ ଅନନ୍ତ ନାୟକ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତୃତୀୟ ସରସଂଘଚାଳକ ଆଦରଣୀୟ ବାଲା ସାହେବ ଦେଓରସଙ୍କ ପୁଣ୍ୟତିଥିରେ ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ଶ୍ରୀ ନାୟକ ସୋସିଆଲ ମିଡିଆରେ ଲେଖିଛନ୍ତି, ସାମାଜିକ ପରିବର୍ତନର ପୁରୋଧା, କୁଶଳ ସଂଗଠନକର୍ତା, ରାଷ୍ଟ୍ରବାଦର ପ୍ରଖର ସ୍ୱର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ତୃତୀୟ ପରମ ପୂଜ୍ୟ ସରସଂଘଚାଳକ ଆଦରଣୀୟ ବାଲା ସାହେବ ଦେଓରସଙ୍କ ପୁଣ୍ୟତିଥିରେ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଂଜଳି । ତାଙ୍କର ତପସ୍ୱୀ ଜୀବନ ଓ ଭାରତ ମାତା ପ୍ରତି ସମର୍ପଣ ଆମ ସମସ୍ତଙ୍କ ପାଇଁ ସବୁବେଳେ ପ୍ରେରଣା ଦେଉଥିବ ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ