କନ୍ଧମାଳ, ୧୭ ଜୁନ୍ (ହି.ସ.)- କନ୍ଧମାଳ ଜିଲ୍ଲାରେ ସହରାଞ୍ଚଳରୁ ଗ୍ରାମାଞ୍ଚଳର କୋଣ ଅନୁକୋଣରେ ଆନନ୍ଦ ଉଲ୍ଲାସର ସହିତ ରଜପର୍ବ ପାଳିତ ହୋଇଯାଇଛି। ଫୁଲବାଣୀ ସହରରେ ବିଭିନ୍ନ ସଂଗଠନ, ନୃତ୍ୟନୁଷ୍ଠାନ ମାନେ ପୃଥକ ପୃଥକ ଭାବେ ରଜ ପର୍ବକୁ ମହାଆଡମ୍ବର ସହକାରେ ପାଳନ କରୁଥିବା ଦେଖିବାକୁ ମିଳିଛି। ଫୁଲବାଣୀ ତଥା କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଡ୍ୟାନ୍ସ ଏକାଡେମୀ ତାର ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ରଜତ ଜୟନ୍ତୀ ପାଳନ କରିବା ସହିତ ବିଜୁପଟନାୟକ କଲ୍ୟାଣ ମଣ୍ଡପରେ ରଜମଉଜ ଉତ୍ସବ ପାଳିତ ହୋଇଯାଇଛି | ଡ୍ୟାନ୍ସ ଏକାଡେମୀର ରଜତ ଜୟନ୍ତୀ ତଥା ରଜ ପର୍ବରେ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ରାଜ୍ୟ ସରକାରଙ୍କର ମୁଖ୍ୟ ସଚେତକ ତଥା ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଧାୟକ ସରୋଜ ପ୍ରଧାନ ଯୋଗଦାନ କରୁଥିବା ବେଳେ ସମ୍ମାନୀତ ଅତିଥିଭାବେ ଫୁଲବାଣୀର ବିଧାୟକ ଉମା ଚରଣ ମଳିକ, ଫୁଲବାଣୀ ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର, ସମ୍ବାଦ ପ୍ରତିନିଧି ତଥା ଏକାଡେମୀର ଉପଦେଷ୍ଟା ବଳଦେବ ବେହେରା, ଅନିଲ କୁମାର ପ୍ରଧାନ, ଅବସରପ୍ରାପ୍ତ ପିପି, ସମାଜସେବୀ ଆବେଦ ନାୟକ ନିର୍ଦ୍ଦେଶକ ଏନଏସଏସ ଓଡିଶାଙ୍କ ସହିତ ଡ୍ୟାନ୍ସ ଏକାଡେମୀର ସଭାପତି ତଥା ବରିଷ୍ଠ ଆଇନଜୀବୀ, ସମାଜସେବି ଓ ଜାଗ୍ରତ କନ୍ଧମାଳ ଓଡ଼ିଶାର ପ୍ରତିଷ୍ଠାତା ସତ୍ୟନାରାୟଣ ବେହେରା ଓ ସର୍ବ ପୁରାତନ ଡ୍ୟାନ୍ସ ଏକାଡେମୀ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ ଓ ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିବା ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ | ଉଦଘାଟନ ପରେ ସଭାପତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ଵାଗତ ଅଭିଭାଷଣ ରଖିଥିଲେ। ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର ଦୀର୍ଘ ବର୍ଷର ଅନୁଭତି ଓ ବିବରଣୀ ପାଠ କରିଥିଲେ |
ଏହାପରେ ବରେଣ୍ୟ ଅତିଥି ମାନଙ୍କୁ ଅନୁଷ୍ଠାନ ତରଫରୁ ପୁଷ୍ପ ଗୁଚ୍ଛ ସହିତ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ ଅନୁଷ୍ଠାନର କଳାକାର ମାନେ ଏବଂ ସମ୍ମାନିତ କାର୍ଯ୍ୟକ୍ରମ ପରେ ସର୍ବ ପୁରାତନ ନୃତ୍ୟଅନୁଷ୍ଠାନ ଡ୍ୟାନ୍ସ ଏକାଡେମୀ ର ପ୍ରଶିକ୍ଷିତ ଦକ୍ଷ ନୃତ୍ୟ ଶିଳ୍ପୀ ମାନେ ବିଭିନ୍ନ ପ୍ରକାର ଓଡ଼ିଶୀ, ସମ୍ବଲପୁରୀ, ଓଡ଼ିଆ ଆଧୁନିକ, ଲୋକ ନୃତ୍ୟ ପରି ଭିନ୍ନ ଭିନ୍ନ ସ୍ୱାଦର ଭିନ୍ନ ଭିନ୍ନ ରୁଚିର ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକ ମାନଙ୍କ ମନ ହୃଦୟକୁ ଜିତିପାରିଥିଲେ | ଡ୍ୟାନ୍ସ ଏକାଡେମୀର ସମସ୍ତ କଳାକାର ମାନଙ୍କ ଚିତାକର୍ଷକ ମନ ମୁଗ୍ଧକର ନୃତ୍ୟ ପରିବେଷଣରେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ | ମୁଖ୍ୟ ସଚେତକ ଏକାଡେମୀର ଉନ୍ନତି କାମନା କରି ସମସ୍ତ ସୁବିଧା ସୁଯୋଗ ସରକାରଙ୍କ ଦ୍ଵାରା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ବିଧାୟକ ମଧ୍ୟ ସହଯୋଗର ଅଭାବ ରହିବନି ବୋଲି କହିଥିଲେ।
ସମସ୍ତ କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନ ତରଫରୁ ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ସଫଳ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା | ଡ୍ୟାନ୍ସ ଏକାଡେମୀ ରଜତ ଜୟନ୍ତୀ ତଥା ରଜ ମଉଜ କାର୍ଯ୍ୟକ୍ରମକୁ ଅତି ସରଷ ସୁନ୍ଦର କରି ଦର୍ଶକ ମାନଙ୍କ ମନକୁ ହରଣ କରି ଆକର୍ଷଣୀୟ ମଞ୍ଚ ସଂଯୋଜନା କରିଥିଲେ ଦେବାଶିଷ ମିଶ୍ର ଓ ଅମ୍ବାବିକା ମିଶ୍ର, ତାଙ୍କର ଅତି ସୁନ୍ଦର ଜୀବନ୍ତ ମଞ୍ଚ ସଂଯୋଜନା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା | ଡ୍ୟାନ୍ସ ଏକାଡେମୀର ଉପଦେଷ୍ଟା ଭାବେ ଶ୍ରୀ ଆଚାର୍ଯ୍ୟ, ବରିଷ୍ଠ ସାମ୍ବାଦିକ ସଦାଶିବ ପାତ୍ର, ସାମ୍ବାଦିକ ବଳଦେବ ବେହେରା, ରବୀନ୍ଦ୍ର କୁମାର ସାହୁ, ଶ୍ରୀକାନ୍ତ କୁମାର ସାହାଣୀ ପ୍ରତକ୍ଷ୍ୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ସାହାଯ୍ୟ କରିଥିଲେ | ଅନୁଷ୍ଠାନର ଉପସଭାପତି ରବିନ୍ଦ୍ର ଷଡ଼ଙ୍ଗୀ, ରବିନ୍ଦ୍ର ସାହୁ କୋଷାଧ୍ୟକ୍ଷ, ସାଂସ୍କୃତିକ ସମ୍ପାଦିକା ସ୍ଵର୍ଣ୍ଣମୟୀ ତ୍ରିପାଠୀ, ଶ୍ରୀମତୀ ରୁପମ୍ବିକା ତ୍ରିପାଠୀ, ଚକ୍ରଧର ମହାରଣା, ଶ୍ରୀକାନ୍ତ ସାହାଣୀ ଅବନୀ ଯାନୀ ଓ ସମସ୍ତ କାର୍ଯ୍ୟକର୍ତ୍ତା, ଅବିଭାବକ, ଅବିଭାବକ ଓ ଶୁଭେଚ୍ଛୁ ମାନେ ଅତି ଆନନ୍ଦର ସହିତ ସହଯୋଗ କରି ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥଲେ ଏବଂ ନୃତ୍ୟ ଗୁରୁ ଲିପ୍ସାରାଣୀ ଷଡ଼ଙ୍ଗୀ, ସୁମନପ୍ରିୟଦର୍ଶିନୀ ବେହେରା, ନନ୍ଦିତା ସାହାଣୀ ଅନୁଷ୍ଠାନର କଳାକାର ମାନଙ୍କୁ ସୁନ୍ଦର ଭାବେ ଶିକ୍ଷା ଦେଇଥିଲେ। କଣ୍ଠ ଶିଳ୍ପୀ କିଶୋର ଏବଂ ପଞ୍ଚାନନ ନିଜ ନିଜର କଳା ପ୍ରଦର୍ଶନ କରିଥିଲେ। ଶେଷରେ ଅନୁଷ୍ଠାନର ଉପଦେଷ୍ଟା ସୁରେନ୍ଦ୍ର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ