ବଲାଙ୍ଗିର, ୧୭ ଜୁନ୍ (ହି.ସ.) - ଦେଓଗାଁ ଚିନି କଳ ସଂଘର୍ଷ ସମିତି ତରଫରୁ ଦେଓଗାଁ ଚିନିକଳ ପୁନରୁଦ୍ଧାର ପାଇଁ ଦିର୍ଘ ବର୍ଷ ଧରି ଆନ୍ଦୋଳନ ଚାଲୁ ରହିଛି । ଗତ ୧୫.୦୬.୨୫ ରେ ଏକ ପ୍ରେସ ମିଟ ରଖାଯାଇଥିଲା। ଆଜି ୧୭.୦୬.୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବଲାଙ୍ଗିର ପଥର ଚେପା ଠାରେ ୧୦ହଜାର କୃଷକ ଏବଂ ଜନତା ସମାବେଶ ରେ ବଲାଙ୍ଗିର ଦେଓଗାଁ ଚିନି କଳ ପୁନର୍ବାର ଆରମ୍ଭ କରିବା ପାଇଁ ପ୍ରତିଶୃତି ଦେଇଥିବାରୁ ଦେଓଗାଁ ଚିନିକଳ ସଂଘର୍ଷ ସମିତି ତରଫରୁ ଧନ୍ୟବାଦ ଜଣାଇଛନ୍ତି । ସଭାରେ ଉପମୁଖ୍ୟ ମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କ ମୁଖରେ ଏହି ବିଷୟକୁ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ଏହି ଜିଲ୍ଲାର ଅନ୍ୟତମ କୃଷି ଶିଳ୍ପ ଦେଓଗାଁ ଚିନିକଳ ପୁନର୍ବାର ଆରମ୍ଭ ହେଲେ ପ୍ରାୟ ୫୦ହଜାର ଆଖୁଚାଷୀ ଉପକୃତ ହେବେ ଏବଂ ୫ହଜାର କର୍ମଚାରୀ ରୋଜଗାର ପାଇବେ । ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଅତିଶିଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ଦେଓଗାଁ ଚିନିକଳ ସଂଘର୍ଷ ସମିତି ର ମୁଖ୍ୟ ସଂଯୋଜକ ବିଭୁଦତ ମିଶ୍ର, ଆବାହକ ଓ ପଶ୍ଚିମ ଓଡିଶା ସେବା ସଂଘ ସଭାପତି ରାଜେଶ ବଗର୍ତି, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ବିପିନ କୁଶଲିଆ, ସନ୍ଦିପ ବାଗ, ନିଳମଣି ଯୋଷୀ, ସତ୍ୟ ବନଛୋର, ଆଶିଷ ପାଣ୍ଡେ, ଅକ୍ଷୟ ପୁଟା, ଦ୍ୱିଜ ଦଳପତି ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ