ସୁବର୍ଣ୍ଣପୁର, ୧୭ ଜୁନ୍ (ହି.ସ.)- ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ଥାନୀୟ ସରକାରୀ ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ର ସୁବର୍ଣ୍ଣପୁର ତାଲିମ ଗୃହ ଠାରେ ଜ଼ିଲ୍ଲା ସ୍ତରୀୟ ବିଶ୍ୱ ପରିବେଶ ଦିବସ ଅଧୀକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡ଼ା. ଦୁର୍ଗାଦତ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସଭାରେ ଅତିରିକ୍ତ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ (VBD)ଡ଼ା. ଗୋପାଳ ଚନ୍ଦ୍ର ମଲ୍ଲିକ, ଅତିରିକ୍ତ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ରୋଗ ନିୟନ୍ତ୍ରଣ ଡ଼ା. ରମେଶ ଚନ୍ଦ୍ର ସ୍ବାଇଁ ଓ ଅଧୀକ୍ଷକ ସ୍ମିତ।ଶ୍ରୀ ନାୟକ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଆମେ ସମସ୍ତେ ଏକତ୍ରିତ ହୋଇ ଏକ ଉତ୍ତମ ସୁନ୍ଦର ପରିବେଶ ସୃଷ୍ଟି କରି ଏହାର ସୁରକ୍ଷା ପାଇଁ ସମସ୍ତେ ମିଶି ପ୍ରଥମେ ନିଜେ ବୃକ୍ଷ ରୋପଣ କରି ଅନ୍ୟ ମାନଙ୍କୁ ପ୍ରୋତ୍ସାହିତ କରି ବୃକ୍ଷ ର ବଂଶ ବୃଦ୍ଧି କରି ଆମ ପରିବେଶକୁ ପ୍ରଦୂଷଣ ମୁକ୍ତ କରିପାରିବା ଏବଂ ଜନ ସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ କରିବା ଉପରେ ପୁଙ୍ଖlନୂପଙ୍ଖ ଭାବରେ ଅଲଲୋଚନା କରିଥିଲେ ଓ ସମ୍ମିଳିତ ପ୍ରୟାସ ଉପରେ ବିଷଦ ଭାବରେ ଆଲୋଚନା କରି ଆମେ ସମସ୍ତେ ସନ୍ତୁଳିତ ଖାଦ୍ୟ, ଉତ୍ତମ ଜୀବନ ଶୈଳୀ, ନିଶା ଯୁକ୍ତ ଖାଦ୍ୟ ରୁ ବିରତ ହୋଇ ଶାରୀରିକ ପରିଶ୍ରମ କରିବା, ଧୁମପାନରୁ ସମ୍ପୂର୍ଣ ମାତ୍ରାରେ ମୁକ୍ତ ରହିବା, ଯୋଗ ଓ ଧ୍ୟାନ ଅଭ୍ୟାସ କରିବା ଉପରେ ସମସ୍ତଙ୍କୁ ସଚେତନତା ବାର୍ତା ପ୍ରଦାନ କରିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରି ସଚେତନତା ବାର୍ତ୍ତା ପ୍ରଦାନ କରି ସୁସ୍ଥ ସୁନ୍ଦର ସମାଜ ଗଠନ ସମ୍ଭବ ହୋଇ ପାରିବା ଉପରେ ବୁଝାଇ ଥିଲେ ।
ଉକ୍ତ ସଭାରେ ବିଭିନ୍ନ ସାମାଜିକ ତଥା ସ୍ବେଛାସେବୀ ସଂଗଠନର ମୁଖ୍ୟ କର୍ମକର୍ତା ବୃନ୍ଦ, ସରକାରୀ ମହିଳା ସ୍ୱାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ର ର ଛାତ୍ରୀ, ନର୍ସିଂ ଅଫିସର, ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ ସଭା ପରିଚାଳନା କରିଥିବା ବେଳେ ଶିହେଲି ହଳଦାର ଓ ମଧୁସ୍ମିତା କର ସହଯୋଗ କରିଥିଲେ l ଶେଷରେ ସହକାରୀ ଜିଲ୍ଲା ଜନସ୍ବାସ୍ଥ୍ୟ ଯୋଗାଯୋଗ ଅଧିକାରୀ ବୃନ୍ଦାବନ ସାହୁ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ