ଖୋର୍ଦ୍ଧା, 17 ଜୁନ୍ (ହି.ସ.) ୫୭ ନମ୍ବର ଜାତୀୟ ରାଜପଥ ପୁବୁସାହି ଛକରେ ମଙ୍ଗଳବାର ଅପରାହ୍ଣରେ ମମ୍ମନ୍ତୁଦ ସଡକ ଦୃର୍ଘଟଣା ଘଟିଛି । ଲସି ଓ ପାନ ଦୋକାନ ଉପରେ ଚଢିଗଲା କାର I ଦୃର୍ଘଟଣାରେ ଜଣେ ମୃତ, ୪ଜଣ ଆହତ ହୋଇଛନ୍ତି । ମୃତକ ହେଲେ ପୁବୁସାହି ଚାନ୍ଦପୁର ଗ୍ରାମର ନିବାସ ବେହେରା I ସେ ବିଦ୍ୟୁତ ବିଭାଗର ଲାଇନମ୍ୟାନ ଭାବେ ଭାବେ କାମ କରୁଥିବା ଜଣାପଡିଛି । ପରିବାର ଲୋକଙ୍କ ଅଭିଯୋଗ କ୍ରମେ ଆଦର୍ଶ ଥାନା ପୋଲିସ କାର ଡ୍ରାଇଭର ଭରଙ୍କୁ ଥାନାରେ ଅଟକ ରଖିଛି । ଦୃର୍ଘଟଣା ଘଟାଇଥିବା କାର, ଦୃର୍ଘଟଣାଗ୍ରସ୍ତ ବାଇକକୁ ପୋଲିସ ଜବତ କରିଛି । ତଦନ୍ତ କରୁଥିବା ଜଣାପଡିଛି।ସୂଚନା ମୁତାବକ ଖୋର୍ଦ୍ଧା ପଟୁ ନୟାଗଡ ଅଭିମୁଖେ ଓଡ଼ି୦୨-ସିକେ--୨୨୩୪ ନମ୍ବର ବିଶିଷ୍ଟ ଗ୍ରାଣ୍ଡ ଭିଟାର କର ଯାଉଥିଲା ଏହି ସମୟରେ ପୁବୁସାହି ଛକ ରେ ଥିବା ଲସି ଓ ପାନ ଦୋକାନ ଆଗରେ ୪ଟି ବାଇକ ଚାଳକ ପାର୍କିଂ କରି ଠିଆ ହୋଇଥିଲେ । ଏହି ସମୟରେ ଉକ୍ତ କାର ଦୃତଗତିରେ ଆସି ଦୋକାନ ନିକଟରେ ଥିବା ୩ଟି ବାଇକକୁ ଧକ୍କା ଦେଇ ଆଗ ଚକାରେ ଏକ ବାଇକକୁ ଘୋଷାରି ଘୋଷାରି ନେଇ ଦୋକାନ ଭିତରକୁ ପସି ଯାଇଥିଲା । ଦୋକାନୀ ମାଲିକ, ବାଇକ ଚାଳକ ସମେତ ୪ଜଣ ବାହାରକୁ ଛିଟିକି ପଡି କୌଣସି ମତେ ଜୀବନ ବଂଚାଇଥିଲେ I ତେବେ ନିବାସଙ୍କୁ କାର ଅତି ତୀବ୍ର ଗତି ଗତିରେ ଧକ୍କା ଦେବାରୁ ନିବାସ ଦୋକାନରେ ପିଟି ହୋଇ ତଳେ କଚାଡି ହୋଇପଡିଥିଲେ I ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଥାଘାତ ଲାଗିଥଲI।ତେବେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଲୋକେ ଖୋର୍ଦ୍ଧା ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି କାର ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ କାର ଚାଳକ ନିୟନ୍ତ୍ରଣ ହରାଇବାରୁ ଏହି ଦୃର୍ଘଟଣା ଘଟାଇଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ରୁ ଜଣାପଡିଛି ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ