ପୁରୀ, ୧୭ ଜୁନ୍ (ହି.ସ.)- ରଥଖଳାରେ ରଥ ନିର୍ମାଣ କାର୍ଯ୍ଯ ଆଗେଇ ଚାଲିଛି । ପାରାଭାଡି ଓ ପୋଟଳ ନିର୍ମାଣ କାର୍ଯ୍ଯ ଜାରି ରହିଛି । ରଥ ଗଢିବା ପରେ ରଥ ଫିଟ ଅଛି କି ନାହିଁ ତାର ସାର୍ଟିଫିକେଟ ପୂର୍ତ୍ତ ବିଭାଗ ଦେବ । ରଥ ନିର୍ମାଣ ହେବା ପରେ ଖରାବର୍ଷା ଯୋଗୁ ଅର, ଚକ, ପଇ ଅଖ ଓ ଚାପ ସୃଷ୍ଟି ଜୟଣ୍ଟ ଗୁଡିକ ମଙ୍ଗଳବାର ସଂଧ୍ଯାରେ ଏକ ଇଞ୍ଜିନିୟର ଟିମ ଅନୁଧ୍ୟାନ କରିଥିଲେ ।
ଏହି ଟିମରେ ଚିଫ ଇଞ୍ଜିନିୟର ଧ୍ୟାନଚାନ୍ଦ ନାୟକ, ପୂର୍ତ୍ତ ବିଭାଗ ଆଡିସନାଲ ଚିଫ ଇଞ୍ଜିନିୟର ରଶ୍ମିରଞ୍ଜନ ସାହୁ, ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର ସୌମ୍ୟରଞ୍ଜନ ଦ୍ବିବେଦୀ, ସହକାରୀ ଯନ୍ତ୍ରୀ ଇଞ୍ଜିନିୟର ଜଗନ୍ନାଥ ମିଶ୍ର, ଇଞ୍ଜିନିୟର ସନ୍ତୋଷ କୁମାର ବେଉରା, ଇଞ୍ଜିନିୟର ସରୋଜ ମିଶ୍ର, ଇଞ୍ଜିନିୟର ବିଶ୍ବଜିତ ମହାପାତ୍ର ଓ ସଂଯୋଜକ ସୁଶାନ୍ତ କୁମାର ଦାସ ପ୍ରମୁଖ ଅନୁଧ୍ୟାନ କରିଥିଲେ । ରଥଖଳାରୁ ଦକ୍ଷିଣମୋଡ ହେବା ପର୍ଯ୍ୟନ୍ତ ଇଞ୍ଜିନିୟର ମାନେ ରଥ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ବିଜୟ