ଗଂଜାମ, ୧୭ ଜୁନ୍ (ହି.ସ.)- ଜଣେ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଗତ ରଵିବାର ଅପରାହ୍ନରେ ଗୋପାଳପୁର ଯାଇଥିଲେ। ଦୁହେଁ ବେଳାଭୂମି ନିକଟବର୍ତ୍ତୀ ଏକ କାଠପୋଲ ନିକଟରେ ବସି ଆଳାପ ଆଲୋଚନା କରୁଥିଵା ବେଳେ ୧୦ ଜଣ ଯୁଵକ ତିନୋଟି ବାଇକରେ ସେଠାରେ ପହଞ୍ଚି ଯୁବତୀ ପ୍ରତି ଅସଦାଚରଣ କରିବାସହ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଗତକାଲି ପୀଡ଼ିତା ଏ ବାବଦରେ ଗୋପାଳପୁର ଥାନାରେ ଅଭିଯୋଗ କରିବାପରେ ପୁଲିସ ସାତଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଜି ଆଉ ତିନି ଜଣ ବାହାର ରାଜ୍ୟକୁ ଚାଲିଯିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ଏହି ତିନି ଅଭିଯୁକ୍ତଙ୍କୁ ମଧ୍ୟ ଗିରଫକରିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ