ଶ୍ରୀ ଲଷ୍ମୀନାରାୟଣ ମନ୍ଦିରରେ ରଜପର୍ବ ଉଦଘାଟିତ, ରଜପର୍ବ ଓଡ଼ିଆ ସଂସ୍କୃତିର ପରିଚୟ ଦେଇଥାଏ -ବିଧାୟକ
ଭଦ୍ରକ, ୧୭ ଜୁନ୍ (ହି.ସ.) - ଭଦ୍ରକ ସହର ହେଉଛି ଭାଇଚାରା ର ସହର କ୍ଷଉତ୍କଳୀୟ ସାମାଜିକ ଜୀବନରେ ଯୁଗ ଯୁଗ ଧରି ରଜପର୍ବ କେବଳ କୃଷିଜୀବୀ ମାନଙ୍କୁ ଆନନ୍ଦ ଦେଇ ନଥାଏ ଅଧିକନ୍ତୁ ସମାଜର ସବୁ ଶ୍ରେଣୀର ଲୋକଙ୍କ ମଧ୍ୟରେ ପାରସ୍ପରିକ ବନ୍ଧୁତ୍ୱ, ସୌହାର୍ଦ୍ୟ, ଶାନ୍ତି ଓ ମୈତ୍ରୀର ବନ୍ଧନକୁ ସୁଦୃଢ କରିଆସିଛି ।
LAXMINARAYAN MANDIRA RAJA PARBA


ଭଦ୍ରକ, ୧୭ ଜୁନ୍ (ହି.ସ.) - ଭଦ୍ରକ ସହର ହେଉଛି ଭାଇଚାରା ର ସହର କ୍ଷଉତ୍କଳୀୟ ସାମାଜିକ ଜୀବନରେ ଯୁଗ ଯୁଗ ଧରି ରଜପର୍ବ କେବଳ କୃଷିଜୀବୀ ମାନଙ୍କୁ ଆନନ୍ଦ ଦେଇ ନଥାଏ ଅଧିକନ୍ତୁ ସମାଜର ସବୁ ଶ୍ରେଣୀର ଲୋକଙ୍କ ମଧ୍ୟରେ ପାରସ୍ପରିକ ବନ୍ଧୁତ୍ୱ, ସୌହାର୍ଦ୍ୟ, ଶାନ୍ତି ଓ ମୈତ୍ରୀର ବନ୍ଧନକୁ ସୁଦୃଢ କରିଆସିଛି । ୧୮୭୫ ମସିହା ରୁ ପାଳନ ହୋଇ ଆସୁଥିବା ସର୍ବ ପୁରାତନ ରଜପର୍ବ ଉତ୍ସବ ଶ୍ରୀ ଶ୍ରୀ ଲଷ୍ମୀନାରାୟଣ ମନ୍ଦିର କମିଟି ପକ୍ଷରୁ ଚଳିତ ବର୍ଷ ଗତ କାଲି ସନ୍ଧ୍ୟା ୭ଘଟିକା ରେ ଏକ ଶହ ପଚାଶ ବର୍ଷର ପୂର୍ତି ରଜ ଉତ୍ସବ ପାଳନ କରିଛି କ୍ଷଆଜି ଆଉ ବିଂଶ ଶତାବ୍ଦୀର ଶିକ୍ଷିତା ନାରୀ ଆଦ୍ୟ ଆଷାଢର ଶୁଭ ତୃତୀୟ ଦିବସର ପ୍ରତ୍ୟୁଷରୁ ଉଠି ଉପରୋକ୍ତ କାର୍ଯ୍ୟ କରିବାକୁ ଆଗ୍ରହ ପ୍ରକାଶ କରୁନାହିଁ । ଯେଉଁ କାର୍ଯ୍ୟ କରିବାକୁ ନିଷେଧ କରାଯାଇଛି ଆଜିର ଆଧୁନିକ ନାରୀ ସେ ସବୁ କରୁଛି ଯାହା ସଂସ୍କୃତି ତଥା ପରମ୍ପରା ପାଇଁ ଶୁଭଙ୍କରି ନୁହେଁ ବୋଲି ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । କମିଟି ର ଆବାହକ ରବିନାରାୟଣ ଖିଲାର ଙ୍କ ସଭାପତତ୍ୱରେ ଉଦଘାଟକ ଭାବେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ ଆଇନଜୀବୀ ତଥା ନାରୀନେତ୍ରୀ ଚୈତାଳୀ ଖିଲାର ଯୋଗଦେଇ ରଜ ହେଉଛି ଖୁସି ର ପର୍ବ, ଏହି ପର୍ବ ପରସ୍ପର ମଧ୍ୟରେ ପରିଚୟ ସୃଷ୍ଟି କରିଥାଏ ବୋଲି କହିଥିଲେ । ଏଥି ସହିତ ଓଡ଼ିଆ ସଂସ୍କୃତି ର ଏହା ପରିଚୟ ସୃଷ୍ଟି କରିଥାଏ ବୋଲି ଅତିଥି ମାନେ କହିଥିଲେ । କମିଟି ର ସମ୍ପାଦକ ଶୈଳେନ୍ଦ୍ର ପ୍ରସାଦ ବାରିକ ସମ୍ପାଦକକୀୟ ବିବରଣୀ ପାଠ କରିଥିଲେ । ବିଧାୟକ ଙ୍କ ନିକଟରେ କମିଟି ପକ୍ଷରୁ ଦୁଇଗୋଟି ଦାବୀ ଉପସ୍ଥାପନ କରିଥିଲେ । ମନ୍ଦିର ପ୍ରାଙ୍ଗଣରେ ଗୋଟିଏ କଲ୍ୟାଣ ମଣ୍ଡପ ନିର୍ମାଣ ଓ ମନ୍ଦିରର ରୋଷାଇଶାଳ ନିର୍ମାଣ ନେଇ ଦାବୀ କରିବା ପରେ ବିଧାୟକ ଦାବୀ ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଅବସରରେ କଣ୍ଠ ଶିଳ୍ପୀ ଶଶିକଳା ମିଶ୍ର ଭଜନ ପରିବେଷଣ କରିଥିଲେ ଓ ଦର୍ଶନ ଏକାଡେମୀ କଳାକାର ଙ୍କ ପକ୍ଷରୁ ନୃତ୍ୟ ପରିବେଷଣ କରାଯାଇ ଥିଲା । ନିର୍ଦେଶକ ସୁଦର୍ଶନ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande