ଜୟପୁର, ୧୭ ଜୁନ୍ (ହି.ସ.) - ଯୁବତିକୁ ବିବାହର ପ୍ରଲୋଭନ ଦେଖାଇ ପ୍ରତାରଣା କରିଥିବା ଅଭିଯୋଗରେ ଦୁଇଟି ସନ୍ତାନର ଜନକକୁ ଗିରଫ କରିଛି ଜୟପୁର ମହିଳା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ନବରଙ୍ଗପୁର ଜିଲା ଖାତିଗୁଡା ଥାନା ବଙ୍ଗଳାଗୁଡା ଗ୍ରାମର ମଂଟୁ ଊତ୍ରା (୨୭) । ସୂଚନା ଅନୁଯାଇ ନବରଙ୍ଗପୁର ଜିଲା ଖାତିଗୁଡା ଥାନା ବଙ୍ଗଳାଗୁଡା ଗ୍ରାମର ମଂଟୁ ଊତ୍ରା (୨୭) ଜୟପୁର ଅଂଚଳର ଜଣେ ଯୁବତିକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା । ପରେ ବିବାହ କରିବାକୁ ମନା କରି ପ୍ରତାରଣା କରିଥିଲା । ଏନେଇ ଜୟପୁର ମହିଳା ଥାନାରେ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ ବିଭାହିତା ହୋଇ ଦୁଇଟି ସନ୍ତାନର ଜନକ ଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଗିରଫ ଅଭିଯୁକ୍ତ କୁ ଆଜି ସଂନ୍ଧ୍ୟା ୬ଟାରେ କୋର୍ଟ ଚାଲାଣ କରିଥିବା ମହିଳା ପୋଲିସ ତରଫରୁ ସୂଚନା ଦିଆଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି