ଅବହେଳିତ ପାହାଡିଆ ଗାଁ ପଢେଇଗୁଡା
ଜୟପୁର, ୧୭ ଜୁନ୍ (ହି.ସ.)- ପାହାଡିଆ ଗାଁ କୁ ପହଞ୍ଚିନି ବିକାଶ ଯଦ୍ୱାରା ବଦଳି ପାରିଲାନି ଗାଁ ର ନକ୍ସା। ଆଜିବି ମୌଳିକ ସମସ୍ୟାର ସମାଧାନ ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ। ଗାଁ କୁ ରାସ୍ତା ନଥିବାରୁ ଜୀବିକା ପାଇଁ ଜଙ୍ଗଲୀ ପାହାଡିଆ ପାଦଚଲା ରାସ୍ତା ହିଁ ଏମାନଙ୍କ ଜୀବନ ରେଖା। ଅବହେଳିତ ଗାଁ
ଅବହେଳିତ ପାହାଡିଆ ଗାଁ ପଢେଇଗୁଡା


ଅବହେଳିତ ପାହାଡିଆ ଗାଁ ପଢେଇଗୁଡା


ଅବହେଳିତ ପାହାଡିଆ ଗାଁ ପଢେଇଗୁଡା


ଅବହେଳିତ ପାହାଡିଆ ଗାଁ ପଢେଇଗୁଡା


ଅବହେଳିତ ପାହାଡିଆ ଗାଁ ପଢେଇଗୁଡା


ଜୟପୁର, ୧୭ ଜୁନ୍ (ହି.ସ.)- ପାହାଡିଆ ଗାଁ କୁ ପହଞ୍ଚିନି ବିକାଶ ଯଦ୍ୱାରା ବଦଳି ପାରିଲାନି ଗାଁ ର ନକ୍ସା। ଆଜିବି ମୌଳିକ ସମସ୍ୟାର ସମାଧାନ ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ। ଗାଁ କୁ ରାସ୍ତା ନଥିବାରୁ ଜୀବିକା ପାଇଁ ଜଙ୍ଗଲୀ ପାହାଡିଆ ପାଦଚଲା ରାସ୍ତା ହିଁ ଏମାନଙ୍କ ଜୀବନ ରେଖା। ଅବହେଳିତ ଗାଁ ହେଉଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କାଠର ଗଡ଼ା ପଞ୍ଚାୟତର ଏଭଳି ଏକ ଗାଁ ପଢେଇଗୁଡ଼ା I ପ୍ରକୃତିର କୋଳରେ ବିତୁଛି ଅଭିସପ୍ତ ଜୀବନ। ନା ଏଠି ଖଣ୍ଡିଏ ରାସ୍ତାର ସୁବିଧା ଅଛି ..ନା ପାନୀୟ ଜଳର ସୁବିଧା । ଜୀବନ ଜୀଇବା ପାଇଁ କୌଣସି ଜୀବିକା ବି ନାହିଁ। ବାଧ୍ୟ ହୋଇ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ତିନିଟି ପାହାଡ ଦେଇ ସବୁକୁ ଅନ୍ୟ ଗାଁ ରେ ବିକ୍ରି କରି ସେଥିରୁ ନିଜର ଗୁଜୁରାଣ ମେଣ୍ଟାନ୍ତି ଏମାନେ। କିଛି ଲୋକ ପାହାଡିଆ ପାଣିକୁ ଭରସା କରି ମାଣ୍ଡିଆ ଓ ସୁଆ ଚାଷ କରି ସେଥିରୁ କିଛି କିଛି ରୋଜଗାର କରନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ ସେବା ଏହି ଦୁର୍ଗମ ଅଂଚଳରେ ଅପହଞ୍ଚ ।ଏଭଳି ପାହାଡିଆ ଗାଁ ହେଉଛି ବୋରିଗୁମ୍ମା ବ୍ଲକର କାଠର ଗଡ଼ା ପଞ୍ଚାୟତର ପଢେଇଗୁଡା ।

ପଞ୍ଚାୟତ ସଦର ମହକୁମ୍ମା ଠାରୁ ୭ କି.ମି. ଦୂରରେ ଅବସ୍ଥାପିତ ଏହି ଗାଁ। ଗାଁ କୁ ଯିବାକୁ ହେଲେ ରଜାପୁଟ ଠାରୁ ଦୁଇ ପଟେ ଘଞ୍ଚ ଜଙ୍ଗଲ ମଝିରେ ଅଙ୍କା ବଙ୍କା ସଂକୀନ୍ନ ପଥରିଆ ପାଦଚଲା ରାସ୍ତାରେ ତିନିଟି ପାହାଡ଼ ଅତିକ୍ରମ କରିବା ପରେ ପଡେ ଏହି ପଢେଇ ଗୁଡା ଗାଁ। ସ୍ୱାଧିନତାର ୭୭ ବର୍ଷ ପରେ ବି ଏଠି ବିକାଶ ତ ଦୂରର କଥା ମୌଳିକ ସମସ୍ୟାର ସମାଧାନ ହୋଇ ପାରିନି। ଗାଁ ରେ ୩୦ ପରିବାର ୧୫୦ ରୁ ଉର୍ଦ୍ଧ୍ଵ ସଦସ୍ୟ ବସବାସ କରୁଛନ୍ତି। ବର୍ଷ ବର୍ଷ ଧରି ଗ୍ରାମକୁ ଖଣ୍ଡିଏ ରାସ୍ତା ବି ସଂଯୋଗ ହୋଇପାରୁନି । ପାଦଚଲା ସଂକୀର୍ଣ୍ଣ ଜଙ୍ଗଲ ପଥରିଆ ରାସ୍ତା ହିଁ ଏମାନଙ୍କ ଗମନାଗମନର ମାଧ୍ୟମ। ସ୍କୁଲ ପିଲା ଠୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପଥରିଆ ରାସ୍ତାରେ ୪ କି.ମି. ଯିବାକୁ ପଡେ। ପ୍ରତି ମାସରେ ବୃଦ୍ଧ ବୃଦ୍ଧା ହିତାଧିକାରୀ ମାନେ ପଞ୍ଚାୟତରୁ ଚାଉଳ ଓ ବିଧବା ଭତା ଟଙ୍କା ଧରି ବହୁ କଷ୍ଟରେ ଗାଁ କୁ ଫେରନ୍ତି। ଗାଁ ରେ ପାନୀୟ ଜଳ ଯୋଗାଣ ପାଇଁ ଉଚିତ ବ୍ୟବସ୍ଥା ହୋଇନି। ବହୁ ବର୍ଷ ତଳର ଏକ ନଳକୂପ ରହିଛି, ସେଥିରୁ ପାଣି ବାହାରୁନି। ଫଳରେ ଗାଁ ରେ ଥିବା ଦୁଇଟି କୂଅର ପାଣି ବର୍ଷା ଓ ଶୀତ ମାସ ପର୍ଯ୍ୟନ୍ତ ବ୍ୟବହାର ହେଉଛି। ଖରା ଦିନେ କୂଅ ସୁଖି ଯାଉଛି। ଝରଣା ପାଣି କିମ୍ବା ଚୁଆ ପାଣି ହିଁ ଏମାନଙ୍କର ଭରସା ।ଗାଁ ରେ ଅଙ୍ଗନୱାଡି କେନ୍ଦ୍ର ନାହିଁ। ଫଳରେ କୁନି କୁନି ଶିଶୁ ଓ ଗର୍ଭବତୀ ମହିଳାମାନେ ପୃଷ୍ଟିକର ଖାଦ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି l ଗ୍ରାମରେ ଥିବା ଗୋଟିଏ ପୁରୁଣା ସ୍କୁଲ ମଧ୍ୟ ଦୁଇ ବର୍ଷ ହେବ ବନ୍ଦ ହୋଇ ଯାଇଛି। ଗାଁ ର ସ୍କୁଲ ପିଲା ମାନେ ଏବେ ୭/୮ କିମି ଦୂରରେ ହରଡ଼ା ଗୁଡା ସେବାଶ୍ରମ ଓ ଚମ୍ପାପଦର ସ୍କୁଲରେ ଛାତ୍ରାବାସରେ ରହି ପଢୁଛନ୍ତି। ଏହି ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ଶିକ୍ଷାର ଅଭାବ କାରଣରୁ ଏମାନଙ୍କ ଭାଷାଗତ ସମସ୍ୟା ସବୁବେଳେ ଉପୁଜେ l ସରକାରଙ୍କ ଆବାସ ଯୋଜନାରେ କିଛି ପରିବାର ଘର ପାଇଥିବା ବେଳେ ଅଧିକାଂଶ ପରିବାର ଘର ପାଇ ନାହାନ୍ତି। ରାସ୍ତା ନଥିବାରୁ ଗ୍ରାମକୁ ଆମ୍ବୁଲାନ୍ସ ଆସିପାରୁନି। ଫଳରେ ଗର୍ଭବତୀ ମହିଳା ଓ ରୋଗୀକୁ ୪ କି.ମି. ପାହାଡିଆ ରାସ୍ତାରେ କାନ୍ଧରେ ବୋହି ଆଣିଥାନ୍ତି ଗ୍ରାମବାସୀ। ପରେ ସେଠାରୁ ଗାଡି ଯୋଗେ ୫ କି.ମି. ଦୂର କାଠର ଗଡ଼ା ମେଡିକାଲକୁ ଯାଉଛନ୍ତି ରୋଗୀ । ସରକାରୀ ସ୍ତରରେ କାମ ନପାଇ ଜଙ୍ଗଲଜାତ ଦ୍ରବ୍ୟ ଓ କାଠ ସଂଗ୍ରହ କରି ସେଥିରେ ଜୀବିକା ନିର୍ବାହ କରନ୍ତି ଏମାନେ l ଗାଁ କୁ ଖଣ୍ଡେ ରାସ୍ତା ନିର୍ମାଣ କରିବା ସହ ପାନୀୟ ଜଳର ସୁବିଧା କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି I ଗାଁ କୁ ରାସ୍ତା, ସଂଯୋଗ ହୋଇ ନଥିବାରୁ ଏଠି ସରକାରୀ ଯୋଜନା ପହଞ୍ଚି ପାରୁନି। କିଛି ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଥିଲେ ବି ଘର ନିର୍ମାଣ ପାଇଁ ବାଲି ରଡ଼ ଓ ସିମେଣ୍ଟ ନେଇ ପାରୁ ନାହାନ୍ତି ଏଣୁ ସମସ୍ତ ଘର ନିର୍ମାଣ କାର୍ଯ୍ୟ ହୋଇ ପାରିନି। ସେପଟେ ୨୦୧୭-୧୮ ଆର୍ଥିକ ବର୍ଷରେ ରଜାପୁଟ ଠାରୁ ପଢେଇଗୁଡ଼ା ପାହାଡ଼ ରାସ୍ତାର କିଛି ସ୍ଥାନରେ ଘାଟି କଟିଙ୍ଗ କରି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ଦାୟିତ୍ଵରୁ ମୁକୁଳି ଯାଇଛି ମାତ୍ର ବ୍ଲକ ପ୍ରଶାସନ। ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ବର୍ଷ ବର୍ଷ ଧରି କୌଣସି ସରକାରୀ ବାବୁଙ୍କର ପାଦ ବି ପଡୁନି ଏହି ଗାଁ ରେ । ଏସବୁ ସମସ୍ୟାକୁ ନେଇ ପ୍ରଶାସନ ଅଧିକାରୀଙ୍କୁ ଗୁହାରି କଲେ ବି କେହି ଶୁଣୁ ନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୌଳିକ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ପାଖରେ ଅନେକ ଥର ଦାବିପତ୍ର ଦେଇଛନ୍ତି ଗ୍ରାମବାସୀ। ହେଲେ ବି କିଛି ପଦକ୍ଷେପ ନେଇନାହାନ୍ତି । ଗ୍ରାମର ସମସ୍ୟା ତୁରନ୍ତ ସମାଧାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି I

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande