ଭୁବନେଶ୍ୱର, ୧୭ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । ଦେବଗଡ଼ ଜିଲ୍ଲାର ଦେବଗଡ଼ରେ ସର୍ବାଧିକ ୧୩୪.୪ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଯାଜପୁର ଜିଲ୍ଲାର ଜେନାପୁରରେ ୯୫.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୯୩.୪ ମି.ମି., ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ୮୯.୦ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆରେ ୮୩.୦ ମି.ମି., ବାଲେଶ୍ୱର ଜିଲ୍ଲାର ଔପଦାରେ ୮୨.୦ ମି.ମି., ଯାଜପୁର ଜିଲ୍ଲାର ଯାଜପୁରରେ ୮୦.୦ ମି.ମି., ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ାରେ ୭୩.୪ ମି.ମି., ଯାଜପୁର ଜିଲ୍ଲାର ସୁକିନ୍ଦାରେ ୭୦.୫ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରାରେ ୭୦.୨ ମି.ମି., ବାଲେଶ୍ୱର ଜିଲ୍ଲାର ଖଇରାରେ ୬୭.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଯାମଦାରେ ୬୬.୦ ମି.ମି. ଏବଂ ଦେବଗଡ଼ ଜିଲ୍ଲାର ବାରକୋଟରେ ୬୫.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ