ଚମ୍ପୁଆ, ୧୭ ଜୁନ୍ (ହି.ସ.)- ଚମ୍ପୁଆ ବ୍ଲକ ଅନ୍ତର୍ଗତ ପୋଖରିଆ ଗ୍ରାମରେ ପବିତ୍ର ରଜ ସଂକ୍ରାନ୍ତି ଉପଲକ୍ଷେ ପୋଖରିଆ ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ଆନୁକୁଲ୍ୟରେ ୨୨ ତମ ରଜ ମହୋତ୍ସବ ଡ୍ୟାନ୍ସ ଧମାକା -୨୦୨୫ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥିଭାବେ ବିଜେପି ସଂଗଠକ ଦିବାକର ମହାନ୍ତ, ଚମ୍ପୁଆ ବ୍ଲକ ଚେୟାରମ୍ୟାନ ସୁରେଶ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ। ମହୋତ୍ସବରେ ବିଭିନ୍ନ ପ୍ରକାର ଦୋଳିର ଆୟୋଜନ କରାଯିବା ସହିତ ଜୁନିୟର ଓ ସିନିୟର ଦୁଇଟି ଦଳରେ ପିଲାମାନଙ୍କୁ ନେଇ ନୃତ୍ୟ ପ୍ରତିଯୋଗିତା ହୋଇଥିଲା। ବିଜେତା ମାନଙ୍କୁ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିଙ୍କ ଦ୍ୱାରା ପୁରସ୍କାର ବିତରଣ କରା ଯାଇଥିଲା ।
କାର୍ଯ୍ୟକ୍ରମକୁ କମିଟି ସଦସ୍ୟ ବାଦଲ କୁମାର ନାୟକ, ଝରଣା ନାୟକ, ପାର୍ବତୀ ନାୟକ, ରୋଜାଲି ନାୟକ, ଶୁଭସ୍ମିତା ନାୟକ, ଦୀପ୍ତିମୟୀ ନାୟକ, ସନ୍ଧ୍ୟାରାଣୀ ନାୟକ, ବୁଦ୍ଧମଣି ନାୟକ, ମଳୟ କୁମାର ନାୟକ, ଚିନ୍ତାମଣି ମହାକୁଡ଼, ବିମ୍ବାଧର ନାୟକ ଓ ସେନାଜିତ ନାୟକ ପ୍ରମୁଖ ପରିଚାଳନା କରିଥିବା ବେଳେ ସମସ୍ତ ଗ୍ରାମବାସୀ ପରିଚାଳନାରେ ସହଯୋଗ କରିଥିଲେ। ଏହି ନୃତ୍ୟ ପ୍ରତିଯୋଗିତା ଦେଖିବାକୁ ଆଖପାଖ ଗ୍ରାମ ମାନଙ୍କରୁ ବହୁ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା ।
ହିନ୍ଦୁସ୍ଥାନ ସମାଚାର/ତ୍ରିନାଥ/ଭାନୁ
ହିନ୍ଦୁସ୍ଥାନ ସମାଚାର / Trinath Mahanta