ଜିଲ୍ଲାର ଡାଇରିଆ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ, ଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳଙ୍କ ଗ୍ରୁରୁତ୍ୱାରୋପ
ସୁବର୍ଣ୍ଣପୁର, ୧୭ ଜୁନ୍ (ହି.ସ.) ବର୍ତମାନ ଡାଇରିଆ ସଂକ୍ରମଣ ଅବସ୍ଥାକୁ ଗୁରୁତର ଭାବେ ଗ୍ରହଣ କରାଯାଇ ଜିଲ୍ଲା ଓ ବ୍ଲକ ସ୍ତରର ବିଭିନ୍ନ ପଦାଧିକରୀ ଯଥା ସ୍ୱାସ୍ଥ୍ୟ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଶିକ୍ଷା ଓ ମହିଳା ଶିଶୁ ବିକାଶ ପ୍ରମୁଖଙ୍କୁ ନେଇ ଡାଇରିଆର ସ୍ଥିତି ତଥା ପ୍ରତିକା
ଜିଲ୍ଲାର ଡାଇରିଆ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ :-  ଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳଙ୍କ ଗ୍ରୁରୁତ୍ୱାରୋପ:-


ଜିଲ୍ଲାର ଡାଇରିଆ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ :-  ଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳଙ୍କ ଗ୍ରୁରୁତ୍ୱାରୋପ:-


ଜିଲ୍ଲାର ଡାଇରିଆ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ :-  ଜିରୋ କାଜୁଆଲିଟି ଉପରେ ଜିଲ୍ଲାପାଳଙ୍କ ଗ୍ରୁରୁତ୍ୱାରୋପ:-


ସୁବର୍ଣ୍ଣପୁର, ୧୭ ଜୁନ୍ (ହି.ସ.) ବର୍ତମାନ ଡାଇରିଆ ସଂକ୍ରମଣ ଅବସ୍ଥାକୁ ଗୁରୁତର ଭାବେ ଗ୍ରହଣ କରାଯାଇ ଜିଲ୍ଲା ଓ ବ୍ଲକ ସ୍ତରର ବିଭିନ୍ନ ପଦାଧିକରୀ ଯଥା ସ୍ୱାସ୍ଥ୍ୟ ବିଭାଗ, ପଂଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ଶିକ୍ଷା ଓ ମହିଳା ଶିଶୁ ବିକାଶ ପ୍ରମୁଖଙ୍କୁ ନେଇ ଡାଇରିଆର ସ୍ଥିତି ତଥା ପ୍ରତିକାର ଉପରେ ଏକ ଜିଲ୍ଲା ସ୍ଥରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି କ୍ଷ ବୈଠକରେ ଜିଲ୍ଲାପାଳ ବିଭିନ୍ନ ବିଭାଗର ଦାୟିତ୍ୱକୁ ନେଇ ସମୀକ୍ଷା କରିଥିବାବେଳେ ଜିଲ୍ଲାରେ ଜ଼ିରୋ ଡାଇରିଆ ମୃତ୍ୟୁ ଉପରେ ଗୁରୁତ୍ୱାରୋପ କରି ସମସ୍ତ ବିଭାଗ ମିଳିତ ଭାବେ ସମନ୍ୱୟ ପୂର୍ବକ କାର୍ଯ୍ୟ କରିବାକୁ ନିର୍ଦେଶ ଦେଇଥିଲେ କ୍ଷ ସ୍ୱାସ୍ଥ୍ୟ ବିଭାଗକୁ ଓ.ଆର.ଏସ ତଥା ଜିଙ୍କ ବଣ୍ଟନ ତ୍ୱରାନ୍ୱିତ ସହିତ ଆର.ଡବ୍ଲୁ.ଏସ.ଏସ. ଯନ୍ତ୍ରୀଙ୍କୁ ସ୍ୱଛ ପିଇବାପାଣି ଯୋଗାଣର ତଦାରଖ କରିବା ପାଇଁ ନିର୍ଦେଶ ଦେଇଥିଲେ। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ,ବିଡ଼ିଓ, ଡି ଏସ ଡବ୍ଲୁ ଓ, ଡି ଡବ୍ଲୁ ଓ, ଆର ଡବ୍ଲୁ ଏସ ଏସ,ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ମିଳିତ ଭାବେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରର ସ୍ୱଚ୍ଛତା ଓ ପାନୀୟ ଜଳ ଯୋଗାଣ ଉପରେ ବିଶେଷ ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଛନ୍ତି କ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ପ୍ରଦୀପ କୁମାର ଗୁରୁ ଡାଇରିଆର ଚିକିତ୍ସା ପାଇଁ ଔଷଧ, ଓ ଆର ଏସ ଓ ଜିଙ୍କ ସ୍ୱାସ୍ଥ୍ୟ ବିଭାଗ ପାଖରେ ମହଜୁଦ ଥିବା ବୈଠକରେ ଜଣାଇବା ସହ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଡାଇରିଆର ଆବଶ୍ୟକ ନିରାକରଣ ନିମନ୍ତେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ। ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା. ଦୈତ୍ୟ ନାରାୟଣ ପାଢ଼ୀ ଆଶା ମାନଙ୍କ ଦ୍ୱାରା ଓ ଆର ଏସ ଓ ଜିଙ୍କ ବଣ୍ଟନ ୧୬ ଜୁନରୁ ଆରମ୍ଭ ହୋଇଥିବାବେଳେ ଜୁଲାଇ ୩୧ ପର୍ଯ୍ୟନ୍ତ ଘରକୁ ଘର ଯାଇ ପ୍ରଦାନ କରୁଥିବା ବୈଠକରେ ଜଣାଇଥିଲେ କ୍ଷ ଏହା ସହିତ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ/ଏ.ଏନ.ଏମ ମାନଙ୍କ ଦ୍ୱାରା ଏହି ବଣ୍ଟନ କାର୍ଯ୍ୟର ତଦାରଖ ସହିତ ସବୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆରଆରଟି ପ୍ରସ୍ତୁତ ଥିବା ସୂଚନା ପ୍ରଦାନ କରିଥିଲେ କ୍ଷ ଏହାପରେ ଜିଲ୍ଲାର ଡେଙ୍ଗୁ ଓ ମ୍ୟାଲେରିଆ ସ୍ଥିତିର ସମୀକ୍ଷା କରି ରେସିଡେନ୍ସିଆଲ ସ୍କୁଲ ପିଲା ମାନଙ୍କର ମ୍ୟାଲେରିଆ ପରୀକ୍ଷା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦେଶ ଦେଇଥିଲେ ଜିଲ୍ଲାପାଳ କ୍ଷ ଏହା ସହିତ ସ୍ୱାସ୍ଥ୍ୟ ବିଭାଗ ତରଫରୁ ମ୍ୟାଲେରିଆ ଔଷଧ ସିଂଚନ ପାଇଁ ଜନ ସହଯୋଗ ଆବଶ୍ୟକ କଥା ଜଣାଇଥିଲେ । ଉକ୍ତ ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଆର.ଏମ.ଏନ.ସି.ଏଚ, ଟୀକାକରଣ,ଏନକ୍ୱାସ ଉପରେ ମଧ୍ୟ ବିଭାଗୀୟ ସମୀକ୍ଷା କରାଯାଇଥିଲା। ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର, ସମସ୍ତ ବିଡ଼ିଓ, ତଥା ବିଭିନ୍ନ ବିଭାଗର ଅଧିକାରୀ, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande