ପଞ୍ଚାନନ ମନ୍ଦିର ଛକ ଠାରୁ ଡେଙ୍ଗାତୋଟା ଶ୍ମଶାନ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା
ଜୟପୁର, ୧୭ ଜୁନ୍ (ହି.ସ.)- ଜୟପୁର ପଞ୍ଚାନନ ମନ୍ଦିର ଛକ ଠାରୁ ଜୟନଗର- ଡେଙ୍ଗାତୋଟା ଶ୍ମଶାନ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତା ସାରା କାଦୁଅରେ ଭର୍ତି । ଉକ୍ତ ରାସ୍ତାରେ ୟାତାୟତ କରି ସାଧାରଣ ଜନତା ୨୦ ଜଣ ହେଲେଣି ଆହତ । ସାଇକେଲ ଓ ବାଇକ ରେ ଯାଉଥିବା ସମୟରେ ରାସ୍ତାରେ ଖସି ଆହ
ପଞ୍ଚାନନ ମନ୍ଦିର ଛକ ଠାରୁ ଡେଙ୍ଗାତୋଟା ଶ୍ମଶାନ ପଯ୍ୟନ୍ତ   ରାସ୍ତା ପାଲଟିଛି ମରଣଯନ୍ତା


ଜୟପୁର, ୧୭ ଜୁନ୍ (ହି.ସ.)- ଜୟପୁର ପଞ୍ଚାନନ ମନ୍ଦିର ଛକ ଠାରୁ ଜୟନଗର- ଡେଙ୍ଗାତୋଟା ଶ୍ମଶାନ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତା ସାରା କାଦୁଅରେ ଭର୍ତି । ଉକ୍ତ ରାସ୍ତାରେ ୟାତାୟତ କରି ସାଧାରଣ ଜନତା ୨୦ ଜଣ ହେଲେଣି ଆହତ । ସାଇକେଲ ଓ ବାଇକ ରେ ଯାଉଥିବା ସମୟରେ ରାସ୍ତାରେ ଖସି ଆହତ ହୋଇଛନ୍ତି । ବର୍ଷା ହେଲେ କାଦୁଅ ପଚ ପଚ ଚକରେ ମାଟି ଲାଗିଯାଉଛି । ଜଗନ୍ନାଥ ସାଗରର ପୁନଃ ଉଦ୍ଧାର କାର୍ଯ୍ୟ ଚାଲିଛି । ଉକ୍ତ ରାସ୍ତାରେ ପଙ୍କ ଓ ମାଟି ଉଦ୍ଧାର କରି ନିଆଯାଉଛି । ଗାଡିରୁ ମାଟି ପଡି ପଡି ରାସ୍ତା ସାରା ମାଟି କାଦ ପଚ ପଚ । ଫଳରେ ଜୟନଗର ଅଞ୍ଚଳବାସୀ ଲକ୍ଷ୍‌ମୀ ପଣ୍ଡା ଛକ ଦେଇ ଯାତାୟତ କରୁଛନ୍ତି । ବିଜୁ ପଟ୍ଟନାୟକ ଭେଣ୍ଡିଙ୍ଗ

ଜୋନ ରାସ୍ତା ଦେଇ ଯିବା ଆସିବା କରିବାକୁ ଉଦ୍ୟମ କରୁଥିବା ବେଳେ ଉକ୍ତ ରାସ୍ତାରେ ମଧ୍ୟ କାର୍ଯ୍ୟ ଚାଲିଛି । ତେଣୁ ପ୍ରଶାସନ ତୁରନ୍ତ ଯାତାୟତର ବ୍ୟବସ୍ଥା କରିବାକୁ ଜୟନଗର ଅଞ୍ଚଳ ବାସୀ ଦାବି କରିଛନ୍ତି । ଉକ୍ତ ରାସ୍ତା ଜୟନଗର ଅଞ୍ଚଳ ବାସୀଙ୍କ ପାଇଁ ଲାଇଫ ଲାଇନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଉକ୍ତ ରାସ୍ତା ଦେଇ ସ୍ଲୁଲ, ଅଫିସ, ଦୈନିକ ବଜାର, ମନ୍ଦିର ଆଦି ଯିବା ଆସିବା କରୁଥିବା ବେଳେ ଉକ୍ତରାସ୍ତା କାଦୁଅ ପଚ ପଚ ଯୋଗୁଁ ସାଧାରଣ ଜନତା ବହୁତ ହଇରାଣ ହେଉଛନ୍ତି । ୨୦ ତାରିଖ ଠାରୁ ବିଦ୍ୟାଳୟ ଖୋଲା ହେବ କିପରି ଛାତ୍ର ଛାତ୍ରୀ ମାନେ ସ୍ଲୁଲ କିପରି ଯିବେ ସେ ନେଇ ଚିନ୍ତାରେ ଅବିଭାବକ । ତୁରନ୍ତ ଯାତାୟାତର ସୁବିଧା ନକଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି । ଏନେଇ ପୌରପାଳିକା ଅଭିଯୋଗ ପାଇଛି ବାଲି ପକାଇ ଯାତାୟତର ସୁବିଧା କରାଯିବ ବୋଲି ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande