ସରକାରୀ ସୁଲଭ ବିକ୍ରୟ କେନ୍ଦ୍ରରୁ ସଟର ଭଙ୍ଗାଯାଇ ଚାଉଳ ଚୋରି ଅଭିଯୋଗ, ଘଟଣାର ସତ୍ୟତା ନେଇ ସନ୍ଦେହ
ଭଦ୍ରକ, ୧୭ ଜୁନ୍ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ସୂର୍ଯ୍ୟପୁର ଠାରେ ଥିବା ସରକାରୀ ସୁଲଭ ବିକ୍ରୟ କେନ୍ଦ୍ର ର ତାଲା ଭାଙ୍ଗି ୧୮ କୁଇଂଟାଲ ଚାଉଳ ଚୋରୀ ହୋଇ ଥିବା ସାଇନାଥ ସ୍ୱୟଂ ସହାୟକ ଗୋଷ୍ଟି ର ସମ୍ପାଦିକା ଇତିଶ୍ରୀ ଦାସ ସ୍ଥାନୀୟ ଥାନା ରେ ଅଭିଯୋଗ କରିଛନ୍ତି । ସୁଚନା ଥାଉକ
SARAKARI SULAVA BIKRAYA KENDRA RU CHORI


ଭଦ୍ରକ, ୧୭ ଜୁନ୍ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅନ୍ତର୍ଗତ ଧୁଷୁରୀ ସୂର୍ଯ୍ୟପୁର ଠାରେ ଥିବା ସରକାରୀ ସୁଲଭ ବିକ୍ରୟ କେନ୍ଦ୍ର ର ତାଲା ଭାଙ୍ଗି ୧୮ କୁଇଂଟାଲ ଚାଉଳ ଚୋରୀ ହୋଇ ଥିବା ସାଇନାଥ ସ୍ୱୟଂ ସହାୟକ ଗୋଷ୍ଟି ର ସମ୍ପାଦିକା ଇତିଶ୍ରୀ ଦାସ ସ୍ଥାନୀୟ ଥାନା ରେ ଅଭିଯୋଗ କରିଛନ୍ତି । ସୁଚନା ଥାଉକି ଦୁଇ ମାସ ତଳେ ସୂର୍ଯ୍ୟପୁର ଅଂଚଳର ଓଁ ସାଇନାଥ ସ୍ୱୟଂ ସହାୟକ ଗୋଷ୍ଟି ଉକ୍ତ ଅଂଚଳ ପାଇଁ ସରକାରୀ ଚାଉଳ ବଂଟନ ଦାୟିତ୍ୱ ନେଇଥିଲେ । ତେବେ ଗୋଦାମ ରେ ଚାଉଳ ଥିବା ବେଳେ ସୋମବାର ବିଳମ୍ୱିତ ରାତିରେ ତାଲା ଭାଙ୍ଗି କେହି ଚୋରାଇ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି।ଘଟଣା ସ୍ଥଳେ ଥାନାର ଏସ ଆଇ ବାସୁଦେବ ଓରାମ ପହଂଚି ଘଟଣା ର ତଦନ୍ତ କରିଛନ୍ତି । ଏ ସଂପର୍କ ରେ ଥାନା ରେ କେଶ ନମ୍ବର ୮୪/୨୫ ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ତେବେ ଉକ୍ତ ଗୋଦାମ ଘରଟି ଏକ ବିବାଦୀୟ ସ୍ଥାନ । ଏ ନେଇ ପୂର୍ବରୁ ଉକ୍ତ ଘରକୁ ନେଇ ଥାନା ରେ ମଧ୍ୟ ଅଭିଯୋଗ ରହିଛି ।ସେହି ଘର କିପରି ଭାବେ ଏଗ୍ରିମେଂଟ ହେଲା। ଏବଂ ଉକ୍ତ ଗୋଦାମ ଘରେ ନିୟମ ରହିଛି ସି ସି କ୍ୟାମେରା ଲାଗିବା ପାଇଁ କିନ୍ତୁ କାହିଁକି ସେଠାରେ କ୍ୟାମେରା ଲାଗି ନଥିଲା ଏ ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଉକ୍ତ ଗୋଦାମ ରେ ସରକାରୀ ଚାଉଳ ଥିଲା ନା ଚୋରୀ ନାମରେ ଘଟଣା କୁ ଅନ୍ୟ ମୋଡ ବଦଳାଇ ଦିଆଯାଇଛି ତାହା ଉଚ୍ଚ ସ୍ତରୀୟ ତଦନ୍ତ କରାଗଲେ ଚୋରୀ ର ରହସ୍ୟ ଜଣାପଡ଼ିବ । ତେବେ ବ୍ୟକ୍ତିଗତ ରାଗ ରଖି କେହି ଚାଉଳ ଚୋରୀ କରିଛନ୍ତି ବୋଲି ସଭାନେତ୍ରୀ କଳ୍ପନା ଦାସ କହିଚନ୍ତି। ତେବେ ଘଟଣା ର ତଦନ୍ତ ଚାଲିଛି ପ୍ରକୃତ ସତ୍ୟତା ଜଣା ପଡ଼ିବ ବୋଲି ଏସ ଆଇ ଶ୍ରୀ ଓରାମ କହିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande