ଜୟପୁର, 17 ଜୁନ୍ (ହି.ସ.)ଜୟପୁର ଏନକେଟି ରୋଡ ସ˚ପ୍ରସାରଣକୁ ନେଇ ପ୍ରଶାସନ ପକ୍ଷରୁ ମାପଚୁପ ସରିବା ପରେ ବର୍ତ୍ତମାନ ସାହି ବାସିନ୍ଦା ମାନେ ଉପଜିଲ୍ଲାପାଳଙ୍କୁ ଭେଟି ଉଚ୍ଛେଦ ପ୍ରକିୟାକୁ ରଖିବା ପାଇଁ ଦାବି କରିଛନ୍ତି। ଦାବି ପତ୍ରରେ ବିନା ନୋଟିସରେ ସେମାନଙ୍କ ଘର ଗୁଡିକ ଭାଙ୍ଗିବା ପାଇଁ ଚିହ୍ନଟ କରାଯାଇଛି। ଏନେଇ ବାରମ୍ବାର ପୌରକର୍ତ୍ତୁପକ୍ଷଙ୍କୁ ଗୁହାରି କଲେ ମଧ୍ୟ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସାହି ବାସିନ୍ଦାଙ୍କ ଦାବି ହେଲା ସେମାନେ ରାଜ ରାଜୋଡା ଅମଳରୁ ସେହି ଘର ରହି ଆସୁଛନ୍ତି। ସରକାରୀ ନିୟମ ଅନୁସାରେ ତାଙ୍କ ପାଖରେ ସରକାରୀ ପଟ୍ଟା ମଧ୍ୟ ରହିଛି। ଯଦି ପ୍ରଶାସନ ପକ୍ଷରୁ ମାପଚୁପ କରାଯାଉଛି ତେବେ ରାସ୍ତା ମଝିରୁ ଉଭୟ ପଟେ ୧୫ ଫୁଟ ଲେଖାଏଁ କରିବା କଥା କିନ୍ତୁ ସେମାନେ ରାଜାଘର କାନ୍ଥକୁ ଧରି ୩୦ ଫୁଟ କରାଯିବ ଯାହା ଫଳରେ ଅନେକଙ୍କ ଘର ଭାଙ୍ଗିଯିବାର ସମ୍ଭାବନା ରହିଛି। ଏନେଇ ଗତ ୨ ତାରିଖରେ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା ବେଳେ ଉପଜିଲ୍ଲାପାଳ ଏ.ସସ୍ୟା ରେଡ୍ଡୀ ଯଦି ଯାହାର ପଟ୍ଟା ରହିଛି ସେମାନଙ୍କୁ ଘର ଦିଆଯିବ ଓ ଯାହାର ଷ୍ଟଲ ରହିଛି ସେମାନଙ୍କୁ ଷ୍ଟଲ ମଧ୍ୟ ପ୍ରଦାନ କରାଯିବ ବୋଲି କହିଥିଲେ । କିନ୍ତୁ ବର୍ତ୍ତମାନ ରୋକଠକ ମନା କରିଦେଉଥିବା କାରଣରୁ ସାହି ବାସିନ୍ଦା ବର୍ତ୍ତମାନ ଚିନ୍ତାରେ ରହିଛନ୍ତି। ଆଗକୁ ବର୍ଷା ମାସ ଆସୁଥିବା ଯୋଗୁଁ ଯଦି ପ୍ରଶାସନ ଘର ଭାଙ୍ଗିଦିଏ ତେବେ ଲୋକେ ଚଳିବା କଷ୍ଟକର ହୋଇଯିବ ବୋଲି ଦାବି ପତ୍ରରେ ଉଲ୍ଲେଖ କରିଛନ୍ତି। ଏହି ଦାବି ପତ୍ର ପ୍ରଦାନ ସମୟରେ ସାହିର ଭରତ ବେହେରା, କେ. ଶ୍ରୀକାନ୍ତ, ରାଜେଶ ବେହେରା, ତିଳୋତମା ବେହେରା, ସୁନୀଲ କୁମାର ବେହେରା ଓ କାର୍ତ୍ତିକ ବେହେରାଙ୍କ ସମେତ ଅନ୍ୟ ସାହି ବାସିନ୍ଦା ଉପସ୍ଥିତ ଥିଲେ।
ପ୍ରକାଶ ଥାଉକି ଏନକେଟି ରୋଡ ଚୂଡାନ୍ତ ମାପଚୁପ ସରିଛି। କଣ୍ତ୍ରାସାହି ଛକରୁ ସରକାରୀ ଉଚ୍ଚବିଦ୍ୟାଳୟ କେନାଲ ରୋଡ ଛକ ପର୍ଯ୍ୟନ୍ତ ଚିହ୍ନ ଦିଆଯାଇଛି। ରାସ୍ତାର ଉଭୟ କଡରେ ୧୬୩ ଘର, ଦୋକାନ ଏବ˚ ମନ୍ଦିର ରହିଛି। ସମସ୍ତଙ୍କୁ ନୋଟିସ ଦେବା ପରେ ଉଚ୍ଛେଦ କରାଯିବ ଓ ପରେ ରାସ୍ତା ସ˚ପ୍ରସାରଣ କରାଯିବ। ଏନକେଟି ରୋଡ ୧ କିମି ୨୧୪ ମିଟର ଲମ୍ବ। ଏହା ଦୁଇ ଅ˚ଶରେ ବିଭକ୍ତ। ମୁଖ୍ୟ ରାସ୍ତାର କଣ୍ତ୍ରାସାହି ଛକରୁ ମଧୁମତୀ ହୋଟେଲ ପର୍ଯ୍ୟନ୍ତ ୩୦ ମିଟର ଏବ˚ ସେଠାରୁ କେନାଲ ରୋଡ ଛକ ପର୍ଯ୍ୟନ୍ତ ରାସ୍ତା ୪୦ ଫୁଟ ଓସାର ହେବ। ପ୍ରଶାସନ ପକ୍ଷରୁ ଚୂଡାନ୍ତ ମାପଚୁପ ପରେ ରାସ୍ତାକଡରେ ବିଭିନ୍ନ ପ୍ରତିଷ୍ଠାନ, ଘର ଏମିତିକି ଧର୍ମାନୁଷ୍ଠାନ ଗଣତି କରାଯାଇଛି। ରାସ୍ତାର ଉତ୍ତର ଅର୍ଥାତ ମଧୁମତୀ ହୋଟେଲ ପଟେ ୯୨ ନିର୍ମାଣ ରହିଛି। ସେହିପରି ଦକ୍ଷିଣ ଅର୍ଥାତ ରାଜନଅର ପାଚେରୀ ପଟେ ସରକାରୀ ହାଇସ୍କୁଲ ପର୍ଯ୍ୟନ୍ତ ୭୧ ଟି ନିର୍ମାଣ ଚିହ୍ନଟ କରାଯାଇଛି। ଉଚ୍ଛେଦ ହେବାକୁ ଥିବା ସ୍ଥାନ ଚିହ୍ନଟ କରାଯାଇଛି। ଏମଜି ରୋଡ ଏବ˚ ଏନକେଟି ରୋଡ ଉନ୍ନତୀକରଣ ଲାଗି ଗୋଟିଏ ପ୍ୟାକେଜ କରାଯାଇଛି। ଏମଜି ରୋଡ ଡ୍ରେନ କାମ ଜାରି ରହିଛି। ଏନକେଟି ରୋଡର ସ˚ପ୍ରସାରଣ ଲାଗି ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ୨ କୋଟି ୭୦ ଲକ୍ଷ ୬୬ ହଜାର ୧୭୮ ଟଙ୍କା ଖର୍ଚ୍ଚ କରାଯିବ। ରାସ୍ତାର ୫.୫ ମିଟର ଓସାରରେ ପିଚୁ ପକାଯିବ। ପିଚୁ ପରେ ଉଭୟ ପଟେ ପେଭର ବ୍ଲକ ଏବ˚ ଡ୍ରେନ ତିଆରି କରାଯିବ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି