୧୭ ଓ ୧୮ ତାରିଖ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ
ଭୁବନେଶ୍ୱର, ୧୭ ଜୁନ୍ (ହି.ସ.)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିପାରେ । ଓଡ଼ିଶା ଉପକୂଳରେ ୧୭ ତାରିଖ ଓ ୧୮ ତାରିଖ ପବନ ସହିତ ଝଡ଼ବର୍ଷା ହୋଇପାରେ । ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ରରେ ପବନର ବେଗ ୩୦ରୁ ୪୦ କି.ମି. ତଥା ୫୦ କି.ମି. ପର୍ଯ୍ୟନ୍ତ ପହଂଚିପାରେ । ଏ
୧୭ ଓ ୧୮ ତାରିଖ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ


ଭୁବନେଶ୍ୱର, ୧୭ ଜୁନ୍ (ହି.ସ.)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିପାରେ । ଓଡ଼ିଶା ଉପକୂଳରେ ୧୭ ତାରିଖ ଓ ୧୮ ତାରିଖ ପବନ ସହିତ ଝଡ଼ବର୍ଷା ହୋଇପାରେ । ଏହି ସମୟରେ ଓଡ଼ିଶା ଉପକୂଳ ସମୁଦ୍ରରେ ପବନର ବେଗ ୩୦ରୁ ୪୦ କି.ମି. ତଥା ୫୦ କି.ମି. ପର୍ଯ୍ୟନ୍ତ ପହଂଚିପାରେ । ଏଣୁ ମତ୍ସ୍ୟଜିବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯିବାକୁ ବାରଣ କରାଯାଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande