ଧର୍ମଶାଳାରେ ଝାଡାବାନ୍ତିର ପ୍ରକୋପ କମୁଛି
ଧର୍ମଶାଳା,୧୭ ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଡାଇରିଆ ସ୍ଥିତିରେ ସୁଧାର ଆସୁଥିବା ଦେଖିବାକୁ ମିଳିଛି । ଗତକାଲି ଅପେକ୍ଷା ଖୁବ କମ ଆକ୍ରାନ୍ତ ଡାକ୍ତରଖାନାକୁ ଆସି ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ରବିବାର ୬୧ ଜଣ ଅକ୍ରାନ୍ତ ଧର୍ମଶାଳାରେ ଚିକିତ୍ସିତ ହୋଇଥିବା ବେଳେ ସୋମବାର
ଧର୍ମଶାଳାରେ ଝାଡାବାନ୍ତିର ପ୍ରକୋପ କମୁଛି


ଧର୍ମଶାଳା,୧୭ ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଡାଇରିଆ ସ୍ଥିତିରେ ସୁଧାର ଆସୁଥିବା ଦେଖିବାକୁ ମିଳିଛି । ଗତକାଲି ଅପେକ୍ଷା ଖୁବ କମ ଆକ୍ରାନ୍ତ ଡାକ୍ତରଖାନାକୁ ଆସି ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି । ରବିବାର ୬୧ ଜଣ ଅକ୍ରାନ୍ତ ଧର୍ମଶାଳାରେ ଚିକିତ୍ସିତ ହୋଇଥିବା ବେଳେ ସୋମବାର ୩୧ ଜଣ ଆକ୍ରାନ୍ତ ଚିକିତ୍ସିତ ହୋଇଛନ୍ତି ଏବଂ ମଙ୍ଗଳବାର ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି । ହେଲେ ରୋଗର ପ୍ରକୃତ କାରଣ ଅଧ୍ୟାବଧି ଚିହ୍ନଟ ଜଣାପଡିନଥିବା ବେଳେ ଭୋଜି ଓ ପାଣିରୁ ଏହି ସଂକ୍ରମଣ ବ୍ୟାପୁଥିବା ସନ୍ଦେହ କରାଯାଇଛି । ତେବେ ସ୍ଥିତିରେ ଧିରେ ଧିରେ ସୁଧାର ଆସୁଥିବା ବେଳେ ଝାଡାବାନ୍ତିର ପ୍ରକୃତ କାରଣ ଜଣା ନପଡିବା ସମସ୍ତଙ୍କୁ ବ୍ୟଥିତ କରିଛି । ସେପଟେ ଧର୍ମଶାଳା ଡାକ୍ତରଖାନାରେ ବିଧାୟକ ହିମାଂଶୁ ଶେଖର ସାହୁ ନିଜ ପ୍ରତିନିଧିମାନଙ୍କୁ ନିୟୋଜିତ କରି ରୋଗୀ ସେବା ଯୋଗଇ ଦେବାର ବ୍ୟବସ୍ଥା କରିଛନ୍ତି । ବିଧାୟକଙ୍କ ପ୍ରତିନିଧି ଭାବେ ସ୍ଥାନୀୟ ଅଂଚଳର ଆୟୁଷ୍ମାନ ପ୍ରିୟଦର୍ଶନ ଡକ୍ତରଖାନା ଦାୟିତ୍ୱରେ ରହି ରୋଗୀମାନେ କିଭଳି ଉତମ ଚିକିତ୍ସା ପାଇବେ ସେଥିପ୍ରତି ଲାଗିପଡିଥିବା ଦେଖିବାକୁ ମିଳିଛି । ତେବେ କେଉଁ କାରଣ ଯୋଗୁଁ ଏଭଳି ମହାମାରୀ ବ୍ୟାପୁଛି ତାହା ଅଦ୍ୟାବଧି ସ୍ପଷ୍ଟ ହୋଇ ନଥିବା ବେଳେ କେନ୍ଦ୍ରିୟ ସ୍ୱାସ୍ଥ୍ୟ ଟିମ ଆଜି ମଧ୍ୟ ଯାଜପୁରରେ ରହି ସମିକ୍ଷା କରୁଛି । ଝାଡାବାନ୍ତିର ସଂକ୍ରମଣକୁ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସବୁ ଅଂଚଳକୁ ବିଶୋଧନ କରାଯାଉଛି । ସେହିପରି ଧର୍ମଶାଳା ଅଂଚଳରେ ସମସ୍ତ ହୋଟେଲ, ଗୁପଚୁପ, ଚାର୍ଟ, ଫାଷ୍ଟ ଫୁଡ, ପଣି ପାଉତ ତିଆରୀ କାରଖାନା, ଅଇସକ୍ରମ ତିଆରି କାରଖାନାକୁ ବନ୍ଦ କରିବା ପାଇଁ ଧର୍ମଶାଳା ତହସିଲଦାର ଚିଠି ମାଧ୍ୟମରେ ଜଣାଇଛନ୍ତି । ଏଥିସହ ଆଜି ତହସିଲଦାର ସିର ରଂଜନ ଦାଶ ନିଜେ ଏହି ବ୍ଲକ କଂଟିଗଡିଆ କ୍ଷେତ୍ରପାଳ ଆଦି ଗ୍ରାମାଂଚଳକୁ ଯାଇ ଗଁରେ ଥିବା ଛୋଟ ଛୋଟ ଜଳଖିଆ ଦୋକାନ ନଖୋଲିବାକୁ ତାଗିଦ କରିବା ସହ ଫୁଟାପାଣି ଓ ଗରମ ଖାଦ୍ୟ ଖାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଧର୍ମଶାଳା ଡାକ୍ତରଖାନାରେ ଅଦ୍ୟାବଧି ୪୧୭ ଜଣ ଝାଡାବାନ୍ତି ରୋଗୀ ଚିକିତ୍ସିତ ହୋଇଥିବା ବେଳେ ଏବେବି ଡାକ୍ତରଖାନାରେ ୪୧ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ତେବେ ଆଗ ଅପେକ୍ଷା ରୋଗୀମାନଙ୍କ ସଂଖ୍ୟା କମୁଥିବା ନେଇ ଡାକ୍ତରଖାନା ତରଫରୁ ସୂଚନା ଦିଆଯାଇଛି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande