ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ରଜ ଉତ୍ସବ
ଧର୍ମଶାଳା,୧୭ଜୁନ୍‌(ହି.ସ.) - ଯାଜପୁର ଜିଲାଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ଜାରକାସ୍ଥିତ ଗାର୍ଡ କାର୍ଯ୍ୟାଳୟରେ ଗତକାଲି ସନ୍ଧ୍ୟାରେ ରଜ ଉତ୍ସବ ପାଳିତ ହୋଇଯାଇଛି । ଶିକ୍ଷକ ନେତା ତଥା ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବେଣୁଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଛତିଆସ୍ଥିତ ମହାପୁରୁଷ
ଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ରଜ ଉତ୍ସବ


ଧର୍ମଶାଳା,୧୭ଜୁନ୍‌(ହି.ସ.) - ଯାଜପୁର ଜିଲାଧର୍ମଶାଳା ସାହିତ୍ୟ ସମାଜ ପକ୍ଷରୁ ଜାରକାସ୍ଥିତ ଗାର୍ଡ କାର୍ଯ୍ୟାଳୟରେ ଗତକାଲି ସନ୍ଧ୍ୟାରେ ରଜ ଉତ୍ସବ ପାଳିତ ହୋଇଯାଇଛି । ଶିକ୍ଷକ ନେତା ତଥା ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବେଣୁଧର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଛତିଆସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ଡ଼. ଚନ୍ଦ୍ରକଳା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଉତ୍ସବକୁ ଉଦଘାଟନ କରିଥିଲେ । ହରିଶଙ୍କର ମହାବିଦ୍ୟାଳୟର ଅଧ୍ୟକ୍ଷ ବଳଭଦ୍ର ଦାଶ ମୁଖ୍ୟବକ୍ତା, ଗୋକର୍ଣ୍ଣିକା ସମ୍ପାଦକ ଡ଼. ରମାକାନ୍ତ ଜେନା ଓ ଡ଼.ନିରଞ୍ଜନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରଜ ପର୍ବ ହେଉଛି ଆମ ଓଡ଼ିଆଙ୍କ ଗଣପର୍ବ । ଏହାର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଧ୍ରୁବଚରଣ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଧର୍ମଶାଳା ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ଡ଼. ପ୍ରଶାନ୍ତ କୁମାର ସ୍ୱକ୍ଷଇଁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ଦେବତା ଅତିଥି ପରିଚୟ ପ୍ରଦାନ କରିଥିଲେ ।ଦ୍ୱତୀୟ ଅଧିବେଶନରେ କବୟିତ୍ରୀ ସବିତା ମିଶ୍ର ଓ କବି ଗଣେଶ୍ୱର ବେହେରାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ କବୟିତ୍ରୀ ସରୋଜିନୀ ପଣ୍ଡା, କାଦମ୍ବିନୀ ମିଶ୍ର, କବି ଦୀନବନ୍ଧୁ ତ୍ରିପାଠୀ,ଗୋଲକ ଚନ୍ଦ୍ର ପଲେଇ, ଶୁଭକାନ୍ତ ନାୟକ, ଦେବେନ୍ଦ୍ର ପଟ୍ଟନାୟକ, ଯୁଗଳ ଦାସ, ଶଶିଭୂଷଣ ଦ୍ୱାରି ଓ ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ସ୍ୱରଚିତ କବିତା ମାନ ପାଠ କରିଥିଲେ । ଶିକ୍ଷକ ଯୁଗଳ କିଶୋର ଦାସ ଧନ୍ୟବାଦ ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande