ଭୁବନେଶ୍ୱର, 17 ଜୁନ୍ (ହି.ସ.)- ସ୍ବର୍ଗତ ପୂର୍ବତନ ବିଧାୟକ ମଦନ ମୋହନ ଦତ୍ତଙ୍କ ପଂଚମ ପୁଣ୍ୟତିଥି ପାଳନ
ଅବସରରେ ସ୍ମୃତିଚାରଣ ସଭାରେ ଯୋଗ ଦେବେ କେନ୍ଦ୍ର
ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗୁ ଭାଇ ସ୍ମୃତି କମିଟି ପକ୍ଷରୁ ବାଲେଶ୍ଵରର
ଶୋଭାରାମପୁର ଛକ ନିକଟରେ ପୂର୍ବତନ ବିଧାୟକଙ୍କ ବ୍ରୋଞ୍ଚ ପ୍ରତିମୂର୍ତ୍ତି ର ଉନ୍ମୋଚନ କରିବା
ପରେ ସ୍ମୃତି ଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ।
ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପୁରୁଣା ଷ୍ଟାଡିୟମ ପଡିଆ ଠାରେ ମନ୍ତ୍ରୀ
ଶ୍ରୀ ପ୍ରଧାନ ଯୋଗଦେଇ ବାଲେଶ୍ୱରର ଯୁବ ବର୍ଗଙ୍କ ପକ୍ଷରୁ ଆୟୋଜିତ ଏକ ସ୍ୱେଚ୍ଛାକୃତ ରକ୍ତଦାନ
ଶିବିରକୁ ଉଦଘାଟନ ସହ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବେ । ପରେ ସେଠାରେ ଆୟୋଜିତ ସ୍ମୃତି
ସଭାରେ ଶ୍ରୀ ପ୍ରଧାନ ଯୋଗଦେଇ ସ୍ୱର୍ଗତଃ ମଙ୍ଗୁଭାଇଙ୍କ ସ୍ମୃତିଚାରଣ କରିବେ । ଏହି ସମୟରେ
ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀଙ୍କ ସହ ବାଲେଶ୍ୱର ଲୋକସଭା ସାଂସଦ, ଜିଲ୍ଲାର ବିଧାୟକ ଗଣ ପ୍ରମୁଖ ଅତିଥିଭାବେ ଯୋଗଦେବା ନେଇ
କାର୍ଯ୍ୟକ୍ରମ ରହିଛି ବୋଲି ସ୍ମୃତି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱର୍ଗତଃ
ମଙ୍ଗୁଭାଇଙ୍କ ସ୍ମୃତିରେ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବାକୁ
କମିଟି ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା