ଭୁବନେଶ୍ୱର, ୧୭ ଜୁନ (ହି.ସ.) - ୫ ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିବା ପରେ ସବୁ ଜିଲ୍ଲାକୁ ଆଲର୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ସବୁ ଜିଲ୍ଲାରେ ସତର୍କତା ମୂଳକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ।ସ୍ୱାସ୍ଥ୍ୟ ସଚିବ ଅସ୍ୱଥି ଏସ କହିଛନ୍ତି ଜଳ ଉତ୍ସ ଗୁଡ଼ିକୁ ସଫା ରଖିବା ସହ ବିଶୋଧନ ପାଇଁ ପଦକ୍ଷେପ ନେବାକୁ ପ୍ରୟାସ କରାଯାଉଛି। ହସ୍ପିଟାଲ ଗୁଡ଼ିକ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ। ଆଜି ସକାଳ ୧୦ ଟା ସୁଦ୍ଧା ୫ ଜିଲ୍ଲାରୁ ୩୦୦ ନୂଆ କେସ ଚିହ୍ନଟ ହୋଇଛି। ନୂଆ କେସର କ୍ୟାଟେଗୋରୀ ସାମାନ୍ୟ ରହୁଛି। ଡାଇରିଆ ବ୍ୟାପିବାର ଗୋଟିଏ ସୋର୍ସ ଜଣାପଡିନି। ସବୁ ସୋର୍ସକୁ ବିଶୋଧନ ପାଇଁ ବ୍ୟବସ୍ଥା ନିଆଯାଉଛି। ଲୋକଙ୍କୁ ସଚେତନ କରିବା ପାଇଁ ଗାଁ ଗାଁ ରେ ମାଇକ ଯୋଗେ ପ୍ରଚାର ଚାଲିଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଏଭଳି ପ୍ରକ୍ରିୟା ଜାରି ରଖିବାକୁ ନିର୍ଦ୍ଦେଶ ରହିଛି। ପ୍ରତିଦିନ ରାଜ୍ୟ ସ୍ତରୀୟ ସମୀକ୍ଷା କରାଯିବ। କେନ୍ଦ୍ରୀୟ ଟିମ ଏବେବି ଅଛନ୍ତି, ଅନୁଧ୍ୟାନ କରୁଛନ୍ତି। ଆସନ୍ତାକାଲି ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହ ବୈଠକ କରିବେ। ଲୋକେ ତରବରିଆ ଭବେ ହସ୍ପିଟାଲରୁ ଡିସଚାର୍ଜ ନେଇ ଯାଉଥିଲେ। ଯେଉଁଥିପାଇଁ ଦ୍ୱିତୀୟ ଥର ହସ୍ପିଟାଲକୁ ଆସିବା ବେଳକୁ ସ୍ୱାସ୍ଥ୍ୟ ବିଗିଡି ଯାଉଥିଲା। ଯେଉଁ ବ୍ୟକ୍ତିମାନେ ହସ୍ପିଟାଲ ଆସୁଛନ୍ତି ସେମାନଙ୍କୁ ୨୪ ଘଂଟା ନିରିକ୍ଷଣରେ ରଖିବାକୁ ନିର୍ଦ୍ଦେଶ ଦିଆଯାଉଛି। ଯେତିକି ଟେଷ୍ଟ ହୋଇଥିଲା ସେଥିରୁ ୧୦ ପ୍ରତିଶତ କଲେରା ବାହାରିଥିଲା। ଯାଜପୁର ଡାଇରିଆ ସ୍ଥିତି ଓ ବିଭିନ୍ନ ସ୍ଥାନର ଝାଡାବାନ୍ତି ନେଇ ରାଜ୍ୟ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସ୍ଥିତି ବାବଦରେ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମୁଖ୍ୟ ଶାସନ ସଚିବଙ୍କୁ ସବିଶେଷ ତଥ୍ୟ ଦେଉଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା