ଭଦ୍ରକ, ୧୭ ଜୁନ୍ (ହି.ସ.) - ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଓ ବିଶ୍ୱ ପାଣିପାଗ ବିଭାଗର ଉପାଧ୍ୟକ୍ଷ ମିଳିତ ରାଷ୍ଟ୍ରସଙ୍ଘ ଦ୍ୱାରା ସାସାକାୱା’ ପୁରସ୍କାରରେ ପୁରସ୍କୃତ ଡ଼କ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଘେଂଟଶ୍ୱର ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କ ପକ୍ଷରୁ ସମ୍ବର୍ଦ୍ଦିତ କରାଯାଇଛି। ଏହି ପରିପ୍ରେକ୍ଷିରେ ଘେଂଟଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଭାଗୃହରେ ଅଧ୍ୟକ୍ଷ ପ୍ରାଧ୍ୟାପକ ନିରଞ୍ଜନ ନାଥଙ୍କ ସଭାପତିତ୍ୱ ଓ ବରିଷ୍ଠ ଆଇନଜୀବୀ ଗିରିଧାରୀ ନାଥଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟାପିକା ସଂଯୁକ୍ତା ଭାରତୀ ସ୍ୱାଗତ ଭାଷଣ ଦେଇଥିଲାବେଳେ ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଗୋପାଳ ପ୍ରସାଦ ମହାପାତ୍ର ଡ଼କ୍ଟର ମହାପାତ୍ରଙ୍କ ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଡ. ମହାପାତ୍ର ଯୋଗ ଦେଇ ସ୍ଥାନୀୟ ଅଂଚଳର ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି ଓ ଉତ୍ସାହୀ ଛାତ୍ର ଛାତ୍ରୀଙ୍କର ବିଭିନ୍ନ ପ୍ରଶ୍ନର ଉତର ଅତି ସୁନ୍ଦର ଭାବେ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଧୀରେନ୍ଦ୍ର ବେହେରା, ଘେଂଟଶ୍ୱର ଡିଗ୍ରୀ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଗଙ୍ଗାଧର ଭଳ, ଘେଂଟଶ୍ୱର ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ପାଣିଗ୍ରାହୀ, ଡ଼କ୍ଟର ରାଧାପଦ ଘୋଷ, ଶିକ୍ଷାବିତ୍ ଲକ୍ଷ୍ମୀଧର ମହାପାତ୍ର, ଇଂ କାହ୍ନୁ କିଶୋର ସାହୁ, ଯୁବ ଆଇନଜୀବୀ ବିକାଶ ନାଥ, ଯୁବ ସାମ୍ବାଦିକ ନିଶିକାନ୍ତ ବେହେରା, ସମାଜସେବୀ ଦିଗମ୍ବର ଦାସ, ପ୍ରଫୁଲ୍ଲ ବିଶ୍ୱାଳ, ଜଗବନ୍ଧୁ ଧନୀ, ପ୍ରକାଶ ବାରିକ, ଗ୍ରନ୍ଥଗାରିକ ପ୍ରଦୀପ କର, କ୍ରୀଡା ପ୍ରଶିକ୍ଷକ ରାଜକିଶୋର ଦାଶ, ଟୁକୁ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ