ଭୁବନେଶ୍ୱର, ୧୭ ଜୁନ (ହି.ସ.) - ଚୋରା ମଦ ବିକ୍ରିକୁ ବିରୋଧ କରିବାକୁବନମାଳୀପୁର ଅଂଚଳର ଗ୍ରାମବାସୀ ଶପଥ ନେଇଛନ୍ତି । ଗାଁ ମଝିରେ ଖୁଲମ ଖୁଲାରେ ଚୋରା ମଦ ବିକ୍ରି ହେଉଛି। ଏହାକୁ ପିଇ ନିଶାଡି ଉତ୍ପାତ କରୁଛନ୍ତି। ଏହି କାରଣରୁ ଚୋରି, ଲୁଟପାଟ ବୃଦ୍ଧି ପାଉଛି। ଗ୍ରାମବାସୀମାନେ ଏହାକୁ ବାରଣ କରିବାରୁ ମଦ ବେପାରୀ ଗ୍ରାମବାସୀଙ୍କୁ ଗାଳି ଗୁଲଜ କରିବା ସହ ଧମକ ଦେଉଥିବା ଅଭିଯୋଗ ହେଇଛି। ଏନେଇ ଥାନା ଓ ଫାଣ୍ଡିରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଆଜି ୧୨ ରୁ ଅଧିକ ଗାଁର ଗ୍ରାମବାସୀ ମାନେ ଏକାଠି ହୋଇ ଶପଥ ପାଠ କରିଛନ୍ତି। ଯଦି ଏହା ପରେ ବି ପୋଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯାଏ ତେବେ ଆନ୍ଦୋଳନ ତୀବ୍ର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା