ରାଉରକେଲା, ୧୭ ଜୁନ୍ (ହି.ସ.)- ରାଉରକେଲା ନିର୍ବାଚନମଣ୍ଡଳୀ ଓ ରଘୁନାଥପାଲ୍ଲୀ ଲାଗିକରି ରହିଥିବାବେଳେ ଉଭୟ ନିର୍ବାଚନମଣ୍ଡଳୀରେ ଯାହାକେବେ ଦେଖାଯାଇନଥିଲା ତାହା ୧୬ତାରିଖ ରାତିରେ ଦେଖାଯାଇଛି l ଖୋଦରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ତନ୍ତୀ ତାଙ୍କ ସମର୍ଥକମାନଙ୍କସହ ଦୁଇଟି ଥାନା ଓ ରାଉରକେଲା ସରକାରୀ ଡାକ୍ତରଖାନା ବୁଲିଦେଖିବାକୁ ଯାଇଥିଲେ ଆମ ସରକାରୀ ବାବୁ ଓ କର୍ମଚାରୀମାନେ ସତରେ କେତେ ସଚେତନ ରହିଛନ୍ତି l ସେ ପହଁଚି ଦେଖିିଲାବେଳକୁ ସବୁଆଡେ ତାଲା ପକେଇ ବାବୁବାବୁଆଣୀମାନେ ନାଇଟଡ୍ରେସ ପିନ୍ଧିଶୋଇଥିଲେ l ଅନେକ ସମୟ ଡାକିବା ପରେ କବାଟ ଖୋଲାଯାଇଥିଲା।ଏନେଇ ବିଧାୟକ କହିଛନ୍ତି ଦୁଇଟି ଥାନା ସଂପର୍କରେ ସେ ଖୋଦ ଏସପି ଓ ଡିଆଇଜିଙ୍କୁ ଜଣାଇବା ପରେ ସରକାରୀ ଡାକ୍ତରଖାନା ବିଷୟରେ ସେ ସିଡିଏମଓଙ୍କୁ ଜଣାଇଛନ୍ତି l ଭୁବନେଶ୍ୱର ଯିବାପରେ ସେ ଏନେଇ ବିଭାଗୀୟ ମନ୍ତ୍ରୀ ଓ ସିଏମଓରେ ଜଣାଇବେ ବୋଲି ପ୍ରକାଶ କରିଛନ୍ତି।ଏ ଅପରେସନ ସେ ୧୬ ତାରିଖ ରାତି ଗୋଟାଏରୁ ୨ଟା ଭିତରେ କରିଥିଲେ। ପ୍ରଥମେ ସେକ୍ଟର
-୭ ଓ ୧୫ ନମ୍ବର ଥାନାକୁ ବିଧାୟକ ଯାଇଥିଲେ, ସେଠାରେ ବାହାରେ ତାଲା ପଡିଥିଲା, ଭିତରେ ମାଡାମ ଅଧିକାରୀ ନିଜରୁମରେ ନାଇଟପୋଷାକ ପିନ୍ଧି ଶୋଇଥିଲେ, ବାହାରେ ଜଣେ ଲେଖାଏଁ ପୁରୁଷ ଅଫିସର ଶୋଇବାହାରୁ ଥାନାକୁ ଜଗିଥିଲେ l ଅନେକ ସମୟ ଡକାଜିବା ପରେ ମାଡାମମାନେ ବାହାରକୁ ଆସିଥିଲେ, ସେ ବି ନାଇଟ ପୋଷାକରେ।ନିଧାୟକ ସେଠାରେ ପ୍ରଶ୍ନ କରିଥିଲେ ଆପଣମାନେ ଯଦି ଏହିଭଳି ରାତିଡ୍ୟୁଟିରେ ଶୋଇବେ ତେବେ ଲୋକେ କିଭଳି ସୁରକ୍ଷିତ ରହିବେ l ଏହିଭଳି ଆପଣମାନଙ୍କ କାମଲାଗି ରାତିରେ ଅପରାଧୀମାନେ ଅପରାଧ ଘଟାଉଛନ୍ତି l ଭାରତର ପ୍ରଦାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ ହେଲା ଲୋକଙ୍କୁ ୨୪ ଘଂଟା ସେବାଦେବା, ଯେଉଁଥିଲାଗି ସେ ନିଜେ ରାତିରେ ବୁଲି ସହରକୁ ଦେଖୁଛନ୍ତି, ତେଣୁ ଆପଣମାନଙ୍କର ଏକିଭଳି ସେବାବୋଲି ପ୍ରଶ୍ନ କରିଥିଲେ l ଏତେସବୁ ଶୁଣିବାପରେ ସେମାନଙ୍କ ମୁହଁରୁ ପଦେବି ଉତର ବାହାରି ନଥିଲା ଠିକ ପରେପରେ ସରକାରୀ ଡାକ୍ତରଖାନାରେ ବିଧାୟକପହଁଚିଥିଲେ, ସେଠାରେ ମଧ୍ୟ ସେହି ଅବସ୍ଥା, ସେଠିପୁଣି ପୁରୁଷ ମହିଳା କର୍ମଚାରୀ ଗୋଟିଏ ରୁମ ଭିତରେ ଝରକାକବାଟ ବନ୍ଦକରି ଶୋଇଥିଲେ, ଯାହାକୁ ବିଧାୟକ ସହଜରେ ବୁଝିପାରିନଥିଲେ ଏସବୁ ଦେଖି ଅସନ୍ତୋଷ ବ୍ୟକ୍ତ କରିଥିଲେ।ତେବେ ବିରୋଧୀଦଳର ବିଧାୟକ ରାଉରକେଲାରେ ରହି ଯେଉଁ କାମ କରିବା କଥା ତାକୁ ସରକାରୀ ଦଳର ବିଧାୟକ ଦୁର୍ଗାବାବୁ କରିଦେଖାଇଲେ, ଯାହା ରାଉରକେଲା ଇତିହାସରେ କେବେ ହୋଇନଥିଲା। ତେବେ ପୁଲିସ ବିଭାଗରେ ଜିଲ୍ଲାର ମୁଖିଆ ଖୋଦ ଏସପି, ଅଫିସରୁ ବାହାରୁ ନଥିବାବେଳେ ଥାନାବାବୁମାନେ ମଧ୍ୟ ସେହି ମଉକାରେ ପ୍ରାୟ ଥାନାରେ ମିଳୁନଥିବା ଅଭିଯୋଗ ହୋଇଆସୁଥିଲା, ଯଦି ଥାନାବାବୁମାନେ କୌଣସି ଥାନାରେ ଅଛନ୍ତି ତେବେ ସେଠି ଦୋନମ୍ବର କାରବାରବାଲା ବସି ମାମଲତିକାରୀ କରୁଥିବା ଦେଖାଯାଉଥିବା ଅଭିଯୋଗ ହୋଇଆସୁଛି।ଏଭଳି ସ୍ଥିତି ଦେଖି ମାଓବାଦୀମାନେ ଟାର୍ଗେଟ କରି ୫ ହଜାର ଟନ ବାରୁଦ କେବଲାଙ୍ଗ ପାଖରୁ ଲୁଟିନେଲେ l ଆହୁରି ମଧ୍ୟ ଦେଖାଯାଉଛି ସହରରେ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ ଭୁଷୁଡି ସାରିଲାଣି, ଏଭଳି ସ୍ଥିତିରେ ବିଧାୟକ ଦୁର୍ଗାବାବୁ କଣରିପୋର୍ଟ କରୁଛନ୍ତି ଓ ରାଉରକେଲା ଏସପି ତଥା ଡିଆଇଜି ପୁଲିସ ବ୍ୟବସ୍ଥାକୁ କିଭଳି ପରିବର୍ତନ କରି ଲୋକଙ୍କୁ କଣ ସେବା ଦେଉଛନ୍ତିତାହା ଦେଖିବାକୁ ବାକି ରହିଲା।
ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ