ବିନା ୟୁ-ଡାଇସ୍ କୋଡରେ ଚାଲୁଛି ଘରୋଇ ବିଦ୍ୟାଳୟ : ଅନ୍ଧାରରେ କୋମଳମତି ଶିଶୁଙ୍କ ଭବିଷ୍ୟତ
ଧର୍ମଶାଳା,୧୭ ଜୁନ୍ (ହି.ସ.) - ଯାଜପୁର ଜିଲାରେ ଛତୁ ଫୁଟିଲା ପରି ଗୋଟିଏ ପରେ ଗୋଟିଏ ଖୋଲି ଚାଲିଛି ଘରୋଇ ବିଦ୍ୟାଳୟ । ଅନେକ ବିଦ୍ୟାଳୟ ବିନା ୟୁ-ଡାଇସ୍‌ରେ ଚାଲିଛି । ଯାହାକି ଶିକ୍ଷା ବିଭାଗ ନିଦାବିଷ୍ଣୁ ସାଜିଛି । ଘରୋଇ ବିଦ୍ୟାଳୟର ମାଲିକ ଓ ଜିଲା ପ୍ରଶାସନର ମିଲିଭଗତରେ କୋଳମତି ଶିଶୁଙ୍କ ଭାଗ୍ୟ ସୂ
ବିନା ୟୁ-ଡାଇସ୍ କୋଡରେ ଚାଲୁଛି ଘରୋଇ ବିଦ୍ୟାଳୟ : ଅନ୍ଧାରରେ କୋମଳମତି ଶିଶୁଙ୍କ ଭବିଷ୍ୟତ


ଧର୍ମଶାଳା,୧୭ ଜୁନ୍ (ହି.ସ.) - ଯାଜପୁର ଜିଲାରେ ଛତୁ ଫୁଟିଲା ପରି ଗୋଟିଏ ପରେ ଗୋଟିଏ ଖୋଲି ଚାଲିଛି ଘରୋଇ ବିଦ୍ୟାଳୟ । ଅନେକ ବିଦ୍ୟାଳୟ ବିନା ୟୁ-ଡାଇସ୍‌ରେ ଚାଲିଛି । ଯାହାକି ଶିକ୍ଷା ବିଭାଗ ନିଦାବିଷ୍ଣୁ ସାଜିଛି । ଘରୋଇ ବିଦ୍ୟାଳୟର ମାଲିକ ଓ ଜିଲା ପ୍ରଶାସନର ମିଲିଭଗତରେ କୋଳମତି ଶିଶୁଙ୍କ ଭାଗ୍ୟ ସୂତା ଖିଅରେ ଝୁଲୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଳକ ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତରେ । ଏହି ପଂଚାୟତ ଚାନ୍ଦପୁର ଗ୍ରାମରେ ଡଃ. ଏପିଜେ ଅବଦୁଲ କଲାମ୍ ପବ୍ଲିକ ସ୍କୁଲ ବିନା ୟୁ-ଡାଇସରେ ଚାଲୁଥିବା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ମହେଶ୍ୱରପୁର ପଂଚାୟତ ଚାନ୍ଦପୁରଠାରେ ଗଲା କିଛି ଦିନ ହେବ ଏହି ସ୍କୁଲ ଖୋଲା ଯାଇଛି । ଏହି ସ୍କୁଲଟି ବିନା ୟୁ-ଡାଇସ୍‌ରେ ଚାଲୁଥିବା ବେଳେ ସ୍କୁଲରେ ନାମ ଲେଖାଉଥିବା କୋମଳମତି ଶିଶୁଙ୍କ ଭବିଷ୍ୟତରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୟୁ-ଡାଇସ୍ ନ ଥିଲେ ସ୍କୁଲର ସବିଶେଷ ତଥ୍ୟ ରହିବା ସହ ସ୍କୁଲରେ ଅଧ୍ୟୟନ ଶିଶୁ ସରକାରଙ୍କ ମେଧାବୃତି ପରୀକ୍ଷା ତଥା ଅନୁଦାନ,ସ୍ଥାନାନ୍ତରିତ ପ୍ରମାଣ ପତ୍ର ସମେତ ବହୁ ସୁବିଧା ସୁଯୋଗରୁ ବଂଚିତ ହେବେ । ଏହି ସ୍କୁଲରେ ଆବଶ୍ୟକୀୟ ଭିତିଭୂମି ନ ଥିବା ବେଳେ ୟୁ-ଡାଇସ୍‌, ପ୍ରଶାସନ ଅନୁମତି କିଛି ନାହିଁ । ଏହି ସ୍କୁଲ ଆମ ବ୍ଲକ ତାଲିକାରେ ନାହିଁ ବୋଲି ବାଲୁଙ୍କେଶ୍ୱର ଆଂଚଳିକ ସାଧନକେନ୍ଦ୍ରର ସଂଯୋଜକ ମାନସ କୁମାର ଦାସ କହିଛନ୍ତି । ଉକ୍ତ ସ୍କୁଲକୁ ଆମେ ଶିକ୍ଷାଦାନ ପାଇଁ ଅନୁମତି ପତ୍ର ଦେଇ ନାହୁଁ ଓ ବିନା ୟୁ-ଡାଇସ୍ ଚାଲୁଥିବା ସ୍କୁଲ ଉପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସହ-ଶିକ୍ଷାଧିକାରୀ ଡ. ପ୍ରଭଞ୍ଜନ ପତି ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି । ପ୍ରକାଶ ଥାଉକି,ଶିକ୍ଷା ଏକ ମୌଳିକ ଅଧିକାର ହୋଇଥିବା ବେଳେ ଏହାକୁ ସରକାର ମାଗଣା ଓ ବାଧ୍ୟତାମୂଳକ ଭାବେ ପ୍ରଦାନ କରୁଛନ୍ତି । ମାତ୍ର କିଛି ବ୍ୟକ୍ତି ବ୍ୟବସାୟ ଉଦ୍ଦେଶ୍ୟରେ ସ୍କୁଲ ଖୋଲି ଶିକ୍ଷାଦାନ କରି ସରକାରଙ୍କ ଶିକ୍ଷା ଅଧିକାର ଆଇନ ଉଲଘନ୍ନ କରୁଛନ୍ତି । ଶିକ୍ଷା ବିଭାଗ ଅଧିନରେ ସ୍କୁଲ ଚାଲିଛି । ହେଲେ ସେମାନଙ୍କ ନଜରରେ ନ ପଡିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତୁରନ୍ତ ଜିଲା ପ୍ରଶାସନ ବିନା ଅନୁମତିରେ ଚାଳିଥିବା ସ୍କୁଲ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ହୋଇପଡିଛି । ନ ହେଲେ ଆଗାମୀ ଦିନରେ ଶିଶୁଙ୍କ ଭାଗ୍ୟ ଅନ୍ଧାରକୁ ଠେଲି ହୋଇଯିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande