- ଅନଲାଇନରେ ବୁକ୍ ହେବ ଆମ୍ବୁଲାନ୍ସ
ଭୁବନେଶ୍ୱର,୧୭ ଜୁନ (ହି.ସ.) - ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ଓଡ଼ିଶା ଯାତ୍ରୀ ସହ ଯୋଡ଼ି ହେବେ ଏବଂ ଯାତ୍ରୀ ଅନଲାଇନ୍ ରେ ଆମ୍ବୁଲାନ୍ସ ବୁକ୍ କରିପାରିବେ। ଏହାର ସଂରକ୍ଷଣ ଦାୟିତ୍ୱ ପରିବହନ ବିଭାଗ ନେଇଛି ଏବଂ କ୍ରୁଟ ସହାୟତା ରେ ଏହାକୁ ଚଲାଯିବ। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଟୋ, ଟ୍ୟାକ୍ସି ପରେ ଘରୋଇ ଆମ୍ବୁଲାନ୍ସ କୁ ଓଡ଼ିଶା ଯାତ୍ରୀ ସହ ଯୋଡ଼ା ଯିବ। ଏହାର ରେଟ ସରକାର ନିର୍ଦ୍ଧାରିତ କରିବେ। ସାଧାରଣ ଲୋକେ ସରକାରୀ ଆମ୍ବୁଲାନ୍ସ ସହ ଘରୋଇ ଆମ୍ବୁଲାନ୍ସ ସେବା ପାଇପାରିବେ। ଏନେଇ ପରିବହନ ବିଭାଗ ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବା କହିଛନ୍ତି ପରିବହନ ମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା