ଭୁବନେଶ୍ୱର,୧୭ ଜୁନ (ହି.ସ.) - ରାଜସ୍ୱ ଆଇନ ମୂଳତଃ ବ୍ରିଟିଶ ଅମଳ ରୁ ଚାଲି ଆସିଛି। ଓଡ଼ିଶାରେ ଜମି ର କିସମ ୭ ହଜାରରୁ ଅଧିକ ଅଛି। ଆମେ ଏହାକୁ ସଙ୍କୁଚିତ କରି ୨୭ ଟି କିସମ କରିବାକୁ ଯାଉଛୁ। ସତ୍ୱ ବା ମାଲିକାନା ମଧ୍ୟ ୩ ହଜାର ପ୍ରକାର ଅଛି। ଯାହାର କିଛି ଆବଶ୍ୟକତା ନାହିଁ। ରାଜସ୍ୱ ଅଧିକାରୀ ଓ ଲୋକେ ଉଭୟ ଦ୍ୱନ୍ଦରେ ରହୁଛନ୍ତି। ଏହାକୁ ୩ ହଜାର ରୁ ଦୁଇ ଅଙ୍କ କୁ ଅଣାଯିବ। ବିଶେଷଜ୍ଞ, ରାଜନୈତିକ ଦଳର ପ୍ରତିନିଧି ଙ୍କ ସହ ଆଲୋଚନା କରାଯାଉଛି। ଗୁଡ଼ାଏ ଅଦରକାରୀ ଆଇନକୁ ରଦ୍ଦ କରିବାକୁ ବିଭାଗ ଯୋଜନା କରୁଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ସେହିପରି ସମସ୍ତ ପଂଚାୟତ ଅଫିସକୁ ଯିବେ ତହସିଲ୍ ଦାର କିମ୍ବା ଅତିରିକ୍ତ ତହସିଲଦାର। ଦୁଇ ମାସରେ ଥରେ ପଂଚାୟତ ଅଫିସକୁ ରାଜସ୍ୱ ଅଫିସରେ ରୂପାନ୍ତରିତ କରାଯିବ। ଲୋକଙ୍କ ଅଭିଯୋଗ ଶୁଣିବେ ରାଜସ୍ୱ ଅଧିକାରୀ। ମୋ ପଂଚାୟତ, ମୋ ତହସିଲ୍ ମୋବାଇଲ ଆପ୍ ସେବା ଯୋଗାଇ ଦିଆଯିବ। ଏହାର ଲକ୍ଷ୍ୟ ଗୋଟିଏ ଯେ ଲୋକେ ଅଫିସ୍ ଦୌଡିବେ ନାହିଁ। ସରକାର ଲୋକଙ୍କ ପାଖକୁ ଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା