ଭୁବନେଶ୍ୱର, 17 ଜୁନ୍ (ହି.ସ.)- ବର୍ଷକ ଭିତରେ ଷଷ୍ଠଥର ପାଇଁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ ପାଇଁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷାକରାଯାଇଛି ।
ଏସପିଜିର ଉପସ୍ଥିତରେ ବୈଠକ ବସିଥିଲା। ଭୁବନେଶ୍ୱର ବିମାନବନ୍ଦର ଠାରୁ ଆରମ୍ଭ କରି ସଂଯୋଗ
କରିଥିବା ରାସ୍ତା ଓ ଜନତା ମୈଦାନ ପର୍ଯ୍ୟନ୍ତ ସମସ୍ତ ସୁରକ୍ଷାର ଫିଲଡ଼ ଭିଜିଟ କରି ସମୀକ୍ଷା କରାଯିବ। ସିକ୍ୟୁରିଟି
ପାଇଁ ଯାହା ଆବଶ୍ୟକ ତାହା କରାଯିବ। ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି ।
ଏହି ବୈଠକରେ ଏସପିଜି ,କମିଶନରେଟ ପୋଲିସ,ଅଗ୍ନିଶମ ବିଭାଗ,ଏକାମ୍ର ବିଧାୟକ ବାବୁ ସିଂ ଓ ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶି ମିଶ୍ର ଉପସ୍ଥିତ ଥିଲେ । ଆସନ୍ତା 20 ତାରିଖରେ ମୋହନ ସରକାରଙ୍କ ବର୍ଷ ପୂର୍ତ୍ତ କାର୍ଯ୍ୟକ୍ରମରେ
ମୁଖ୍ୟ ଅତିଥି ଭାବରେ ଯୋଗଦେବେ ପିଏମ ମୋଦି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା