ବିଶୋଳରେ ରଜ ମହୋତ୍ସବ
ଭଦ୍ରକ, ୧୮ ଜୁନ୍ (ହି.ସ.) - ଏହି ବ୍ଳକର ବିଶୋଳ ପରିଡ଼ା ସାହିରେ ମା ମଙ୍ଗଳା କ୍ଲବ ଆନୁକୂଲ୍ୟରେ ତିନିଦିନ ବ୍ୟାପୀ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ, ମୁଖ୍ୟ ବକ୍ତା ଭାବେ''ଅଞ୍ଜଳି''ପତ୍ରିକ
BISOL RE RAJA MOHASTAV


ଭଦ୍ରକ, ୧୮ ଜୁନ୍ (ହି.ସ.) - ଏହି ବ୍ଳକର ବିଶୋଳ ପରିଡ଼ା ସାହିରେ ମା ମଙ୍ଗଳା କ୍ଲବ ଆନୁକୂଲ୍ୟରେ ତିନିଦିନ ବ୍ୟାପୀ ରଜ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ, ମୁଖ୍ୟ ବକ୍ତା ଭାବେ'ଅଞ୍ଜଳି'ପତ୍ରିକାର ସମ୍ପାଦକ ପ୍ରକାଶ ମହାପାତ୍ର,ପ୍ରଦୀପ କୁମାର ସାହୁ ଓଡ଼ିଆ ସଂସ୍କୃତିରେ ରଜ ପର୍ବର ମହତ୍ୱ ସମ୍ପର୍କରେ କହିଥିଲେ। ରାହୁଲ ସେଠୀଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ଉଦଯାପନ ଉତ୍ସବରେ ପୁଚି, ବାସ୍କେଟବଲ,ମ୍ୟୁଜିକ ଚେୟାର, କବାଡି କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।କ୍ଲବର ସଭାପତି ପ୍ରମୋଦ କୁମାର ପରିଡ଼ା, ସମ୍ପାଦକ କୃଷ୍ଣଚନ୍ଦ୍ର ପରିଡ଼ା ଓ ପ୍ରଶାନ୍ତ ପରିଡ଼ା, ବ୍ରଜବନ୍ଧୁ ପରିଡ଼ା, ପ୍ରଦୀପ ସେଠୀ, ଅଜୟ ସାହୁ,ଭଗବାନ ବାରିକ ପ୍ରମୁଖ କାର୍ଯ୍ୟକର୍ତା ଓ ସଦସ୍ୟ ମାନେ ଏହି ଉତ୍ସବ ପରିଚାଳନା କରିଥିଲେ।ସେହିପରି ରାଜେନ୍ଦ୍ରପୁର ପଂଚାୟତ ଅନ୍ତର୍ଗତ କୋଟସିରା, ମଞ୍ଜୁରୀରୋଡ଼,ବନ୍ଦାଳ ପଂଚାୟତ ଅନ୍ତର୍ଗତ ବଳିପୁରଠାରେ ମଧ୍ୟ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଦୋଳି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମେଲୋଡ଼ି ଓ ନୃତ୍ୟ ପରିବେଷଣ କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande