ଆରଏସଏସର ପଂଚମ ସରସଂଘଚାଳକ କେଏସ ସୁଦର୍ଶନଙ୍କୁ ଜୟନ୍ତୀରେ ନମନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
ଭୁବନେଶ୍ୱର, 18 ଜୁନ (ହି.ସ.) କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆରଏସଏସର ପଂଚମ ସରସଂଘଚାଳକ କେଏସ ସୁଦର୍ଶନଙ୍କୁ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଂଜଳି ଜଣାଇଛନ୍ତି । ସୋସିଆଲ ମିଡିଆରେ ଶ୍ରୀ ପ୍ରଧାନ ଲେଖିଛନ୍ତି , ପ୍ରଖର ରାଷ୍ଟ୍ରବାଦୀ ଚିନ୍ତକ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପଞ୍
ଆରଏସଏସର ପଂଚମ ସରସଂଘଚାଳକ କେଏସ ସୁଦର୍ଶନଙ୍କୁ ଜୟନ୍ତୀରେ ନମନ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ


ଭୁବନେଶ୍ୱର, 18 ଜୁନ (ହି.ସ.) କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆରଏସଏସର ପଂଚମ ସରସଂଘଚାଳକ କେଏସ ସୁଦର୍ଶନଙ୍କୁ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।

ସୋସିଆଲ ମିଡିଆରେ ଶ୍ରୀ ପ୍ରଧାନ ଲେଖିଛନ୍ତି , ପ୍ରଖର ରାଷ୍ଟ୍ରବାଦୀ ଚିନ୍ତକ ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପଞ୍ଚମ ସରସଂଘଚାଳକ ପରମ ପୂଜ୍ୟ କେ.ଏସ୍. ସୁଦର୍ଶନ ଜୀଙ୍କ ଜୟନ୍ତୀ ଅବସରରେ ତାଙ୍କୁ କୋଟିଶଃ ନମନ।

ପୂଜ୍ୟ ସୁଦର୍ଶନ ଜୀ ତାଙ୍କ ତେଜସ୍ୱୀ ନେତୃତ୍ୱ ଓ ସ୍ୱଦେଶୀ ଚିନ୍ତନ ଦ୍ୱାରା କେବଳ ସଂଘ କାର୍ଯ୍ୟକୁ ବିସ୍ତାର ନ କରି, ବରଂ ଭାରତର ସାଂସ୍କୃତିକ ଅସ୍ମିତା ଓ ରାଷ୍ଟ୍ରହିତକୁ ସର୍ବୋପରି ମାନି ଦେଶର ନବନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ସେ ଆଜୀବନ ସାମାଜିକ ସମରସତା ଓ ଭାରତୀୟତାର ସୁରକ୍ଷା ପାଇଁ ସମର୍ପିତ ଥିଲେ । ତାଙ୍କ ଜୀବନ ଦର୍ଶନ ଓ କର୍ମଶୀଳ ବ୍ୟକ୍ତିତ୍ୱ ଯୁଗଯୁଗ ଧରି ରାଷ୍ଟ୍ରକୁ ସ୍ୱାଭିମାନ, ସ୍ୱଦେଶୀ ଓ ସାଂସ୍କୃତିକ ଚେତନା ପାଇଁ ପ୍ରେରିତ କରୁଥିବ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande