ଗଞ୍ଜାମ, ୧୮ ଜୁନ୍(ହି.ସ.) – ଧରାକୋଟ ଥାନା ମୁଣ୍ଡମରାଇ ଗାଁରେ ଗତକାଲି ରାତିରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ ଅଶାନ୍ତିରୁ ଗତକାଲି ରାତିରେ ଅମର ନାୟକକୁ ତା’ର ପତ୍ନୀ ତଂଟିଚିପି ହତ୍ୟାକରି ଆତ୍ମହତ୍ୟାର ରୂପ ଦେବାପାଇଁ ଉଦ୍ୟମ କରିଥିବା ଜଣାପଡ଼ିଛି। ଧରାକୋଟ ପୁଲିସ ଘଟଣାସ୍ଥଳକୁ ଯାଇ ଶବ ଜବତକରି ଡାକ୍ତରଖାନାକୁ ବ୍ୟବଛେଦ ପାଇଁ ପଠାଇ, ପତ୍ନୀକୁ ଅଟକ ରଖି ପୁଲିସ ତଦନ୍ତ କରୁଛି।
ହିନ୍ଦୁ ସ୍ଥାନ ସମାଚାର/ହୃଷୀକେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ