ଭଦ୍ରକ, ୧୮ ଜୁନ୍ (ହି.ସ.)- ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଭୂଇଁବୃତି ପଂଚାୟତ ବଉଳଯୋଡ଼ା ଗ୍ରାମର ସନାତନ ରାଉତଙ୍କ ପତ୍ନୀ କାମିନୀ ରାଉତ (୩୮) ଗତ ସୋମବାର ଅପରାହ୍ନ ୩ ଘଟିକାରୁ ଘରୁ କେଉଁଆଡେ ନିରୁଦ୍ଧିଷ୍ଟ ହୋଇଯାଇଛନ୍ତି। ସେ ଜଣେ ସାମାନ୍ୟ ମାନସିକ ବିକୃତ ମହିଳାବୋଲି ତାଙ୍କର ସ୍ୱାମୀ ଚାନ୍ଦବାଲି ଥାନାରେ ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କର ଛୋଟ ଛୋଟ ଦୁଇ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ସ୍ୱାମୀ ପର ଘରେ ମୁଲ ଲାଗିଲେ ପରିବାର ଚଳେ। କାମିନୀ ନିରୁଦ୍ଧିଷ୍ଟ ହେବା ପରେ ଛୋଟ ଛୋଟ ୩ଜଣ ପିଲା କାନ୍ଦ ବୋବାଳି କରୁଛନ୍ତି। ସାଇ ପଡିଶା ଲୋକେ ବିଭିନ୍ନ ଗାଁ ଏବଂ ବନ୍ଧୁବାନ୍ଧବ ଘରେ ଖୋଜା ଖୋଜି କରି ନିରାଶ ହୋଇଛନ୍ତି। ଘଟଣାର ୩ଦିନ ବିତିଯାଇଥିଲେ ମଧ୍ୟ ତାଙ୍କର ପତା ମିଳି ପାରିନାହିଁ। ଖବର ଅନୁଯାଇ ସମ୍ପୃକ୍ତ ମହିଳା ଜଣକ ଗତ ସୋମବାର ଦିନ ଖାଇ ପିଇ ଘରେ ସମସ୍ତେ ଶୋଇଥିବା ବେଳେ ସେ ନିଖୋଜ ହୋଇଯାଇଛନ୍ତି। ଅଭିଯୋଗ ର ୩ଦିନ ବିତିଯାଇଥିଲେ ମଧ୍ୟ ଖବର ଲେଖା ହେବା ପର୍ଯ୍ୟନ୍ତ ସମ୍ପୃକ୍ତ ମହିଳା ନିଖୋଜ ଅଛନ୍ତି।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ