୨୦ରେ ଭୁବନେଶ୍ୱର କଟକରେ ସ୍କୁଲ ଛୁଟି
ଭୁବନେଶ୍ୱର, ୧୮ ଜୁନ (ହି.ସ.) - ଆସନ୍ତା ୨୦ ତାରିଖରେ ଭୁବନେଶ୍ୱର, କଟକ ମହାନଗରରେ ସ୍କୁଲ୍ ଛୁଟି ରହିବ। ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା ଓ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଏହି ସୂଚନା ଦିଆଯାଇଛି। ୨୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକରେ ସ୍କୁଲ
୨୦ରେ ଭୁବନେଶ୍ୱର କଟକରେ ସ୍କୁଲ ଛୁଟି


ଭୁବନେଶ୍ୱର, ୧୮ ଜୁନ (ହି.ସ.) - ଆସନ୍ତା ୨୦ ତାରିଖରେ ଭୁବନେଶ୍ୱର, କଟକ ମହାନଗରରେ ସ୍କୁଲ୍ ଛୁଟି ରହିବ। ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା ଓ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖି ଏହି ସୂଚନା ଦିଆଯାଇଛି। ୨୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଓ କଟକରେ ସ୍କୁଲ୍ ଛୁଟି ରଖିବାକୁ ନିଷ୍ପତି ହୋଇଛି। ରାଜ୍ୟ ସରକାରଙ୍କ ବର୍ଷ ପୂର୍ତି ପାଇଁ ବିପୁଳ ଜନ ସମାଗମ ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଟ୍ରାଫିକ୍ ସମସ୍ୟା ଆଶଙ୍କା କରି ସ୍କୁଲ୍ ଛୁଟି ପାଇଁ ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande