ରାଜ୍ୟସ୍ତରୀୟ କରାଟେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା
ବଲାଙ୍ଗିର, ୧୮ ଜୁନ୍ (ହି.ସ.) - ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ଆୟୋଜିତ ହୋଇଥିବା ୩୯ତମ କ୍ୟାଡେଟ୍‌, ଜୁନିୟର ଓ ୩୭ତମ ସବ-ଜୁନିୟର ରାଜ୍ୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର କରାଟେ ସ୍କୁଲର ଚାରି ଜଣ କରାଟେକା ପଦକ ହାସଲ କରିଥିଲେ । ଏହି ପ୍ରତିଯୋଗିତାକୁ ଓଡିଶା ରାଜ୍ୟ କରାଟେ ଡୁ ସଂଘ ଆୟ
ରାଜ୍ୟସ୍ତରୀୟ କରାଟେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା


ବଲାଙ୍ଗିର, ୧୮ ଜୁନ୍ (ହି.ସ.) - ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ଠାରେ ଆୟୋଜିତ ହୋଇଥିବା ୩୯ତମ କ୍ୟାଡେଟ୍‌, ଜୁନିୟର ଓ ୩୭ତମ ସବ-ଜୁନିୟର ରାଜ୍ୟ କରାଟେ ପ୍ରତିଯୋଗିତାରେ ବଲାଙ୍ଗିର କରାଟେ ସ୍କୁଲର ଚାରି ଜଣ କରାଟେକା ପଦକ ହାସଲ କରିଥିଲେ । ଏହି ପ୍ରତିଯୋଗିତାକୁ ଓଡିଶା ରାଜ୍ୟ କରାଟେ ଡୁ ସଂଘ ଆୟୋଜିତ କରିଥିଲେ । ବଲାଙ୍ଗିର କରାଟେ ସ୍କୁଲର ଲୋକେଶ ବାଗ ୧୩ ବର୍ଷ ବାଳକ (-୪୦ କେଜି) ବର୍ଗ କୁମିତି ଓ କାତାରେ ୨ ଗୋଟି କାଂସ୍ୟ ପଦକ, ଜସମିନ୍ ସାହୁ ୧୧ ବର୍ଷ ବାଳିକା ବର୍ଗ କୁମିତିରେ ରୌପ୍ୟ ପଦକ, ଅଂଶୁମାନ ଧରୁଆ ୯ ବର୍ଷ ବାଳକ (-୨୫ କେଜି) କୁମିତିରେ କାଂସ୍ୟ ଏବଂ ଆନନ୍ଦିନୀ ସାହୁ ୭ ବର୍ଷ ବାଳିକା (-୨୫ କେଜି) କୁମିତି ଓ କାତାରେ ୨ଟି ରୌପ୍ୟ ପଦକ ହାସଲ କରି ବଲାଙ୍ଗିର ଜିଲ୍ଲାକୁ ରାଜ୍ୟ ସ୍ତରରେ ନାମ କରିଛନ୍ତି । ସମ୍ବର୍ଦ୍ଧନା ଉତ୍ସବରେ ସଭାପତି ସଚିଦାନନ୍ଦ ବାଗ ୟାଦବ ଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି କ୍ରିକେଟ କୋଚ ଅରୁଣ ନାୟକ ଏବଂ ବଲାଙ୍ଗିର କରାଟେ ସଂଘର ବରିଷ୍ଠ କୋଚ ତଥା ପରାମର୍ଶଦାତା ମାନୁଏଲ ନାଗ ଚାରି ଜଣ କୃତି କରାଟେକାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉତ୍ସବରେ ବଲାଙ୍ଗିର କରାଟେ ସ୍କୁଲର ପ୍ରଶିକ୍ଷକ ଚନ୍ଦ୍ରଶେଖର ସେଠ, କରାଟେ ପ୍ରେମି, ଅଭିଭାବକ, କରାଟେ ସ୍କୁଲ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ । ଶେଷରେ ସ୍କୁଲର ମୁଖ୍ୟ କୋଚ ତଥା ସଂପାଦକ ହୃଦୟ ଶବର ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବକୁ ରାଜେନ୍ଦ୍ର ବାଗ ଓ ମଧୁସୁଦନ ସାହୁ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande