ତାଳପଦାରେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ପାଇଁ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୮ ଜୁନ୍ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ତାଳପଦା ଗ୍ରାମର ବନ୍ଦେ ଉତ୍କଳ ଜନନୀ ସଂଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ। ଏହି ସଂଗୀତ ରାଜ୍ୟ ସଂଗୀତର ମାନ୍ୟତା ପାଇଛି। ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବରପୁତ୍ର ଐତି
ତାଳପଦାରେ ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା ପାଇଁ ପ୍ରସ୍ତୁତି ବୈଠକ


ଭଦ୍ରକ, ୧୮ ଜୁନ୍ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ତାଳପଦା ଗ୍ରାମର ବନ୍ଦେ ଉତ୍କଳ ଜନନୀ ସଂଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ। ଏହି ସଂଗୀତ ରାଜ୍ୟ ସଂଗୀତର ମାନ୍ୟତା ପାଇଛି। ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନାକୁ ଉଦ୍‌ଘାଟନ କରିବେ। ଏହି ପରିପ୍ରେକ୍ଷୀରେ ତାଳପଦା ଗ୍ରାମକୁ ବରପୁତ୍ର ଐତିହ୍ୟ ଗ୍ରାମ ଭାବେ ନିଆଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ବୁଧବାର ପୂର୍ବାହ୍ନରେ ତାଳପଦା କାନ୍ତକବିଙ୍କ ସ୍ମୃତି ମନ୍ଦିର ପରିସରରେ ଏକ ପ୍ରସ୍ତୁତି ବୈଠକ ବିଡିଓ ନିରଂଜନ ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୨୦ ତାରିଖରେ ରାଜ୍ୟରେ ଉଦ୍‌ଘାଟନ ହେବାକୁ ଥିବା ବରପୁତ୍ର ଗ୍ରାମ ସହିତ ତାଳପଦା ଗ୍ରାମ ଯୋଡ଼ି ହେବ। ସେଥିପାଇଁ ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଯୋଜନାକୁ ଉଦ୍‌ଘାଟନ କରିବା ବେଳେ ତାଳପଦାରେ ଏକ ସଭାର ଆୟାଜନ ପାଇଁ ପ୍ରସ୍ତୁତି ବୈଠକରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁକାନ୍ତ କୁମାର ମିଶ୍ର, କାନ୍ତକବି ସ୍ମୃତି ପରିଷଦ ସଭାପତି ଚିନ୍ତାମଣି ଦାସ, ସମ୍ପାଦକ ବାଣୀକଲ୍ୟାଣ ମହାପାତ୍ର, କାନ୍ତକବି ମଣ୍ଡଳ ସଭାପତି ସରୋଜ ନାୟକ, ତାପସ ବେହେରା, ଯଜ୍ଞଦତ ପତି, ଧନେଶ୍ୱର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande