ଧର୍ମଶାଳାରେ କେହି କଟକଣାକୁ ମାନୁ ନାହାନ୍ତି, ଖୁଲମଖୁଲା ଚାଲିଛି ବେପାର
ଧର୍ମଶାଳା,୧୮ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଡାଇରିଆ ସ୍ଥିତିରେ କିଛିଟା ରୋକ ଲାଗିଛି । ହେଲେ ଏବେବି ସ୍ଥିତି ଉଦ୍‌ବେଗ ରହିଛି । ଗତକାଲି ଅପେକ୍ଷା ଆଜି କମ୍ ଆକ୍ରାନ୍ତ ଡାକ୍ତରଖାନାକୁ ଆସି ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଥିଲା । ତେବେ ଗତ କିଛି ଦିନ ତୁଳନାରେ ଝଡାବାନ୍ତି ଆକ୍ର
ଧର୍ମଶାଳାରେ କେହି କଟକଣାକୁ ମାନୁ ନାହାନ୍ତି - ଖୁଲମଖୁଲା ଚାଲିଛି ବେପାର


ଧର୍ମଶାଳା,୧୮ଜୁନ୍‌(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଡାଇରିଆ ସ୍ଥିତିରେ କିଛିଟା ରୋକ ଲାଗିଛି । ହେଲେ ଏବେବି ସ୍ଥିତି ଉଦ୍‌ବେଗ ରହିଛି । ଗତକାଲି ଅପେକ୍ଷା ଆଜି କମ୍ ଆକ୍ରାନ୍ତ ଡାକ୍ତରଖାନାକୁ ଆସି ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଥିଲା । ତେବେ ଗତ କିଛି ଦିନ ତୁଳନାରେ ଝଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ଗତକାଲି ରାତିରୁ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ୨୧ ଜଣ ନୁଆ ଅକ୍ରାନ୍ତ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ଭର୍ତି ହୋଇଥିବା ସମସ୍ତଙ୍କଠାରେ ମାଇଲ୍ଡ ଝାଡାବାନ୍ତି ଦେଖାଦେଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି । ଧର୍ମଶାଳା ବ୍ଲକରେ ସର୍ବ ପ୍ରଥମ ଏହି ଝାଡାବାନ୍ତି ରୋଗ ବ୍ୟାପିଥିବା ବେଳେ କେହି ମୃତାହତ ହୋଇନଥିବା ଜଣାଯାଇଛି । ଗତକାଲି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୭ଜଣଙ୍କୁ ଆଜି ଡିସଚର୍ଜ କରାଯାଇଥିବା ବେଳେ ଏବେ ଡାକ୍ତରଖାନାରେ ୪୧ ଜଣ ଆକ୍ରାନ୍ତ ଚିକିତ୍ସାଧିନ ଥିବା ଜଣାପଡିଛି । ତେବେ ପାଣି ଯୋଗୁଁ ଏହି ରୋଗ ବ୍ୟାପୁଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ଆଗ ଅପେକ୍ଷା ସ୍ଥିତିରେ କିଛିଟା ସୁଧାର ଆସିଥିବା ଜଣାଯାଇଛି । ଡାକ୍ତରଖାନାକୁ ଆସୁଥିବା ରୋଗୀମାନେ ମାଇଲ୍ଡ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଆସୁଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ମେଡିକାଲରେ ଆଡମିଟ କରାଯାଇ ଅବଜର୍ଭବେସନରେ ରଖାଯାଉଥିବା ଡାକ୍ତର ସୁଧିର କୁମାର ସାହୁ ସୂଚନା ଦେଇଛନ୍ତି । ଝାଡାବାନ୍ତିର ସଂକ୍ରମଣକୁ ରୋକିବା ଲାଗି ପ୍ରଶାସନ ପକ୍ଷରୁ ସବୁ ଅଂଚଳକୁ ବିଶୋଧନ କରାଯାଉଛି । ସେହିପରି ଧର୍ମଶାଳା ଅଂଚଳରେ ସମସ୍ତ ହୋଟେଲ, ଗୁପଚୁପ, ଚାର୍ଟ, ଫାଷ୍ଟଫୁଡ, ପଣି ପାଉତ ତିଆରି କାରଖାନା, ଆଇସକ୍ରୀମ ତିଆରି କାରଖାନାକୁ ବନ୍ଦ ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ହେଲେ ଏହି ବନ୍ଦ ଆଇନକୁ ଆଖି ଠାର ସଦୃଶ୍ୟ ହୋଇଛି । ଆଜି ଆମିଶ ବାର ଥିବା ବେଳେ ଗାଁ ଗହଳି ଓ ଛକମାନଙ୍କରେ ଖୁଲମ ଖୁଲା ଚିକେନ , ମାଛ ଓ ମଟନ ବିକ୍ରି ହେଉଥିବା ବେଳେ ଅନେକ ଜଳଖିଆ ଦୋକାନ, ଢାବା ଓ ହୋଟେଲ ଚଲିଥିବା ଦେଖିବାକୁ ମିଳିଛି । ସରକାରଙ୍କ କଟକଣା ନ ମାନିବା ଯୋଗୁଁ ଏହି ରୋଗ ଥମୁ ନ ଥିବା ନେଇ ଅଲୋଚନା ହେଉଛି । ତେବେ ପ୍ରଶାସନ କଠୋର ଭାବେ ନିୟମ ପାଳନ କରିବାକୁ ତାଗିଦ ନ କରିବା ଯାଏଁ ଏଭଳି ଅବସ୍ଥା ଉପୁଜୁଥିବ ବୋଲି ସାଧାରଣରେ ଆଲୋଚନା ହେଉଛି । ବ୍ଲକ ଓ ତହସିଲ ପ୍ରଶାସନ ପକ୍ଷରୁ ବିଭିନ୍ନ ହୋଟେଲ ଢାବାରେ ଚଢାଉ କରାଯାଉଥିବା ନେଇ ବାହାବା ମାରୁଥିବା ବେଳେ ପ୍ରକୃତସ୍ଥିତି କିନ୍ତୁ ଭିନ୍ନ ଦେଖିବାକୁ ମିଳିଛି । ଆଜି ଜିଲ୍ଲାପାଳ ପି ଅନ୍ୱେଶା ରେଡ୍ଡୀ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଁଚି ସ୍ଥିତି ପରଖିବା ସହିତ ଏହି ବ୍ଲକର ମିର୍ଜାପୁର ଗ୍ରାମରେ ଝାଡାବାନ୍ତି ରୋଗ ବ୍ୟାପିଥିବାରୁ ବିଡିଓ ଓ ଡାକ୍ତରି ଟିମ ସହିତ ଉକ୍ତ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande