ଭୁବନେଶ୍ୱର, 18 ଜୁନ୍ (ହି.ସ.)- ଆଜି ବୁଗୁଡ଼ା
ସ୍ଥିତ ମୋ ବାସଭବନରେ ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି ମତ୍ସ୍ୟ ଓ
ପଶୁ ସଂପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ବିକଶିତ
ଓଡ଼ିଶା ଗଠନ ସଂକଳ୍ପକୁ ପାଥେୟ କରି ଜନସାଧାରଣଙ୍କ ସମସ୍ତ ପ୍ରକାର ଅଭିଯୋଗର ସମାଧାନ କରିବାକୁ
ପ୍ରତିବଦ୍ଧ ଲୋକଙ୍କ ସରକାର।
ମନ୍ତ୍ରୀ କହିଛନ୍ତି ଯେ, ନିଜର
ଅଭିଯୋଗ ନେଇ ଆସିଥିବା ଜନସାଧାରଣଙ୍କୁ ସମସ୍ତ ପ୍ରକାରର ସୁବିଧା ସହଯୋଗ ଯୋଗାଇ ଦେବା ପାଇଁ ମୁଁ
ସର୍ବଦା ତତ୍ପର।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା