ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ
ଭୁବନେଶ୍ୱର, ୧୮ ଜୁନ (ହି.ସ.)- ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆସନ୍ତା ୨୨ ତାରିଖରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ନବୀନ ପଟ୍ଟନାୟକ ମୁମ୍ବାଇର କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଯିବେ । ଏନେଇ ସେ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍
ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ ପଟ୍ଟନାୟକ


ଭୁବନେଶ୍ୱର, ୧୮ ଜୁନ (ହି.ସ.)- ଚିକିତ୍ସା ପାଇଁ ମୁମ୍ବାଇ ଯିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆସନ୍ତା ୨୨ ତାରିଖରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ନବୀନ ପଟ୍ଟନାୟକ ମୁମ୍ବାଇର କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ଯିବେ । ଏନେଇ ସେ ‘ଏକ୍ସ’ରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ତାଙ୍କର ପରୀକ୍ଷା କରିବେ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ, ଓଡ଼ିଆ ଭାଇଭଉଣୀଙ୍କ ଶୁଭକାମନା ଚାହୁଁଛି। ଶୀଘ୍ର ଫେରି ସମସ୍ତଙ୍କ ସେବା ଜାରି ରଖିବାକୁ ଅପେକ୍ଷା କରିଛି ବୋଲି ଲେଖିଛନ୍ତି ନବୀନ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande